ସୋମବାର ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଫଳ

0

ଭୁବନେଶ୍ୱର (ଆମ ଟିବି) : ଆସନ୍ତା ସୋମବାର ପ୍ରକାଶ ପାଇବ ୨ କଳା ଓ ଧନ୍ଦାମୂଳକ ଫଳ । ସୋମବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଏହି ପରକ୍ଷୀଫଳ । orissaresults.nic.in ୱେବସାଇଟ୍‌ରେ ମାଧ୍ୟମରେ ଫଳ ଜାଣିପାରିବେ ଛାତ୍ରଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଚଳିତବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ । ବୁଧବାର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ପଳ ପ୍ରକାଶ ପାଇଥିଲା । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ରେଜଲ୍ଟ ହୋଇଛି ।

Leave A Reply

Your email address will not be published.