ରୋଚକ ମୋଡରେ ନବ ଦାସ ହତ୍ୟା ମାମଲା ; ମୂଳରୁ ଆରମ୍ଭ ହେଲା ତଦନ୍ତ

0

ନବ ଦାସ ହତ୍ୟାକାଣ୍ଡରେ ଲାଗାତର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ଛାନଭିନ୍ । ତଦନ୍ତକାରୀ ଟିମ୍  ବ୍ରଜରାଜନଗର ଗାନ୍ଧି ଛକ ସ୍ଥିତ କ୍ରାଇମ୍‌ସ୍ପଟ୍‌ରେ ପଂହଚି ସ୍ଥିତି ଅନୁଧ୍ୟାନ କରିଛି । ଏଥିସହ ଗାନ୍ଧି ଛକରେ ଥିବା  ଗୋପାଳ ଦାସ ଭାଇଙ୍କ ହୋଟେଲର ମାଲିକଙ୍କୁ ପଚରାଉଚରା କରିଛି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚି  ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡୋଳାମଣି ପଟେଲଙ୍କ ସହ ଏକାଧିକ ଡାକ୍ତର ଓ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି । ଡାକ୍ତର ଜିତେନ ପଟେଲ ନବ ଦାସଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡାରୁ ଭୁବନେଶ୍ବରର ଘରୋଇ ହସ୍ପିଟାଲକୁ ଆଣିଥିଲେ । ତେଣୁ ତାଙ୍କ ବୟାନ ବିଶେଷ ଗୁରୁତ୍ୱ ରଖୁଛି ।

ପୂର୍ବ ତଦନ୍ତରେ ଡୋଳାମଣି ପଟେଲଙ୍କ ସମେତ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀଙ୍କ ବୟାନ ରେକର୍ଡ ହୋଇନଥିଲା । ତେଣୁ ପ୍ରଶ୍ନ ଉଠୁଛି ଡାକ୍ତରଙ୍କ ବୟାନ ପୂର୍ବରୁ କାହିଁକି ରେକର୍ଡ ହୋଇନଥିଲା? ଜାଣିଶୁଣି କରାଯାଇନଥିଲା ନା ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ? ସେପଟେ ନବ ଦାସଙ୍କ ଇସିଜି ରିପୋର୍ଟ ଗାଏବ ହୋଇଯାଇଛି ବୋଲି ନୂଆ ଅଭିଯୋଗ ଆଣିଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ।

ନବଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରିସାରିଛନ୍ତି ତାଙ୍କ ପରିବାର ସଦସ୍ୟ । ଦୋଷୀଙ୍କୁ ଧରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରତିଶ୍ରୃତି ବି ଦେଇଛନ୍ତି । ଏବେ ସରକାର କ୍ରାଇମବ୍ରାଞ୍ଚର ତଦନ୍ତରେ ଅଟକିବେ ନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ ତାହା ହିଁ ସବୁଠାରୁ ଉତ୍କଣ୍ଠାର ବିଷୟ ହୋଇଛି ।

Leave A Reply

Your email address will not be published.