ବିଭିନ୍ନ ପୂଜାମଣ୍ଡପ ବୁଲିଲେ ନବୀନ, ମା’ଙ୍କ ଆଶିଷ ନେଇ ଲୋକଙ୍କ ସହ…

0

ଭୁବନେଶ୍ୱର(ଆମ ଟିଭି): ମହାମାୟାଙ୍କ ପୂଜା ପାଇଁ ସମଗ୍ର ରାଜଧାନୀ ଭୁବନେଶ୍ୱର ହୋଇଛି ଚଳଚଞ୍ଚଳ। ଶୁକ୍ରବାର ମହାଷ୍ଟମୀ ଅବସରରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ତେବେ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ନବୀନ ତାଙ୍କ ଦର୍ଶନ ଆରମ୍ଭ କରିଥିଲେ।

ପ୍ରଥମେ ମା’ ଯୋଗମାୟାଙ୍କୁ ଦର୍ଶନ କରି ଉପସ୍ଥିତ ଥିବା ଲୋକଙ୍କ ସହ କଥା ହୋଇଥିଲେ ନବୀନ। ପରେ ୧୧ଟା ୩ ମିନିଟ୍‌ରେ ସହିଦନଗର ଦୁର୍ଗାପୂଜା ମଣ୍ଡପ ବୁଲିଥିଲେ। କଡ଼ା ସୁରକ୍ଷା ବଳୟରେ ନବୀନ ମା’ଙ୍କ ଦର୍ଶନ କରି କୃପାଭିକ୍ଷା ଲାଭ କରିଥିଲେ। ଏହା ପରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଛନ୍ତି।

ସୂଚନା ଥାଉକି, ମଣ୍ଡପ ବୁଲିବା ପାଇଁ ନବୀନଙ୍କୁ ବିଭିନ୍ନ ପୂଜା କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ସେହି ନିମନ୍ତ୍ରଣ ରକ୍ଷା କରି ନବୀନ ଆଜି ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି।

Leave A Reply

Your email address will not be published.