ଏନଡିଏ ସବୁଠୁ ସଫଳ ମେଣ୍ଟ; ଏନଡିଏର ନେତା ନିର୍ବାଚିତ କରିଥିବାରୁ ଧନ୍ୟବାଦ ଦେଲେ ମୋଦୀ ।

0

ନୂଆଦିଲ୍ଲୀ (ଆମ ଟିଭି ):   ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ନୂଆକରି ବିଜୟୀ ହେଇ ଆସିଥିବା ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ଆଉ କହିଛନ୍ତି , ଏହା ତାଙ୍କର ସୌଭାଗ୍ୟ, ସର୍ବସମ୍ମତି କ୍ରମେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି ।

ସେହିପରି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ମୋଦୀ ୧୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂରା ଦେଶର ସେବା କରିବାକୁ ଯାଉଛନ୍ତି । ପୂରା ଭରସା ରହିଛି, ଯାହା କିଛି ବି କାମ ବଳକା ରହିଛି ତାହାକୁ ପୂରା କରିବେ । ବିହାରର ସମସ୍ତ କାମକୁ ପୂରା କରିବେ । ଆମେ ସବୁଦିନ ମୋଦୀଙ୍କ ସାଥୀରେ ରହିବୁ । ଆମେ ଦେଖିଛୁ କିଛି ଲୋକ ଏଥର ଜିତି ଯାଇଛନ୍ତି କିନ୍ତୁ ଆଗାମୀ ଥର ଯେତେବେଳେ ଆସିବୁ ସମସ୍ତଙ୍କୁ ହରାଇ ଆସିବୁ । ବିରୋଧୀ ଦେଶ ପାଇଁ ଆଜି ଯାଏଁ କୌଣସି କାମ କରିନାହାନ୍ତି ।

Leave A Reply

Your email address will not be published.