ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି

0

ଭୁବନେଶ୍ୱର (ଆମ ଟିଭି): ଓଡିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ପରେ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହାସହ ଆଜି ଜନତା ମୈଦାନରେ ହେବାକୁ ଥିବା ଶପଥ ପାଠ ସମାରୋହରେ ଯୋଗ ଦେବାକୁ କରିଛନ୍ତି ନିମନ୍ତ୍ରଣ ।

ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିବା ସହ ଶପଥପାଠ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ । ଏହାସହ ନବ ନିର୍ମିତ ସରକାରଙ୍କୁ ମଧ୍ୟ ଆଶୀର୍ବାଦ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

Leave A Reply

Your email address will not be published.