ପର୍ବପର୍ବାଣୀରେ ମିଠା ବିକ୍ରି ଉପରେ ନୂଆ ନିୟମ, ମିଠା ଟ୍ରେରେ ଲେଖାଯିବ ଏକ୍ପପାଏରୀ ଡେଟ୍

0

ଉତ୍ତରାଖଣ୍ଡ : ପର୍ବପର୍ବାଣୀରେ ମିଠା ବିକ୍ରି ଉପରେ ନୂଆ ନିୟମ । ଉତ୍ତରାଖଣ୍ଡରେ ଏବେ ମିଠା ଟ୍ରେରେ ଲେଖାଯିବ ଏକ୍ପପାଏରୀ ଡେଟ୍ । ଅକ୍ଟୋବର ୨୬ରୁ ଉତ୍ତରାଖଣ୍ଡର ଦୋକାନଗୁଡ଼ିକରେ ମିଠା ଟ୍ରେରେ ତାରିଖ ଲେଖାଯିବାକୁ ନିୟମ କରାଯାଇଛି ।

ଆଗାମୀ ପର୍ବପର୍ବାଣୀରେ ମିଠାର କ୍ୱାଲିଟି ଓ ଗୁଣବତ୍ତା ବଜାୟ ରଖିବା ପାଇଁ ଉତ୍ତରାଖଣ୍ଡ ସରକାର ଆସନ୍ତା ୨୬ ତାରିଖରୁ ରାଜ୍ୟର ସମସ୍ତ ମିଠା ଦୋକାନରେ ଖୋଲା ମିଠା ଏବଂ ବେକେରୀ ସାମଗ୍ରୀ ବିକ୍ରି ହେଉଥିବା ଟ୍ରେ ଏବଂ କାଉଣ୍ଟରଗୁଡ଼ିକରେ ପ୍ରସ୍ତୁତି ତାରିଖ ଓ ବ୍ୟବହାର ସମୟସୀମା ତାରିଖ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଖାଦ୍ୟ ଏବଂଔଷଧ ପ୍ରଶାସନର ଏକ ନୂତନ ନିର୍ଦ୍ଦେଶନାମା ଆଧାରେ ଏହି ଆଦେଶ ଜାରି କରାଯାଇଛି ।

ଏହି ନିର୍ଦ୍ଦେଶନାମା ଏଫଡିଏ କମିଶନର ଜାରି କରିଛନ୍ତି । ଫଳରେ ଦୋକାନୀମାନେ ଏଭଳି ସାମଗ୍ରୀ ପ୍ରଦର୍ଶିତ ହେଉଥିବା ଟ୍ରେ ବା କାଉଣ୍ଟରରେ ପ୍ରସ୍ତୁତି ତାରିଖ ଏବଂ ଖାଇବାର ଶେଷ ତାରିଖ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟର ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଖୋଲା ମିଠା ଏବଂ ବେକେରୀ ସାମଗ୍ରୀଗୁଡ଼ିକ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ ।

Leave A Reply

Your email address will not be published.