ନୂଆବର୍ଷରେ ମୁମ୍ବାଇରେ ହାଇ ଆଲର୍ଟ: ଜାଣନ୍ତୁ କାହିଁକି ?

0

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ସବୁଠି ଉତ୍ସବର ମାହୋଲ। ନବବର୍ଷ ପାଳନ ବେଳେ ସହରର କେତେକ ସ୍ଥାନରେ ବୋମା ବିସ୍ଫୋରଣ କରିବେ ବୋଲି ଫୋନ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେବା ପରେ ମୁମ୍ବାଇ ପୁଲିସ ହାଇଆଲର୍ଟରେ ରହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ସୂଚନା ମୁତାବକ, ମୁମ୍ବାଇରେ ବିସ୍ଫୋରଣ ହେବ କହି ଫୋନ୍‌ କରିଥିବା ବ୍ୟକ୍ତି ଫୋନ୍‌ କଲ୍‌ କାଟି ଦେଇଥିଲେ। ମୁମ୍ବାଇ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଫୋନ୍‌ କଲ୍‌ ଆସିବା ପରେ ଅନେକ ସ୍ଥାନରେ ଯାଞ୍ଚ କରାଯାଇଛି। କିନ୍ତୁ, କୌଣସି ସନ୍ଦିଗ୍ଧ ଜନିଷ ମିଳି ନ ଥିଲା। ଫୋନ କରୁଥିବା ବ୍ୟକ୍ତିଙ୍କର ସନ୍ଧାନ ପାଇବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.