ନୂଆଦିଲ୍ଲୀ: ପୁଣି ବଡ କାର୍ଯ୍ୟାନୁଷ୍ଠାନ ନେଲେ କେନ୍ଦ୍ର ସରକାର। ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ବିଚାରଧାରାକୁ ନେଇ ମୋଦୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀର ସଂଗଠନକୁ ଭାରତ ସରକାର ବେଆଇନ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଭାରତ ସରକାରଙ୍କର ଏହି ପଦକ୍ଷେପକୁ ନେଇ ଟ୍ୱିଟ୍ କରିଛନ୍ତି । ନୂଆ ଉପ-ଆଇନ ମୁତାବକ ଏହାକୁ ବେଆଇନ ସଂଗଠନ ଭାବେ ଘୋଷଣା କରାଯାଇଛି ।
ଭାରତ ସରକାରଙ୍କ କହିବା ମୁତାବକ ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀରରେ ଗତ କିଛିବର୍ଷ ଧରି କାର୍ଯ୍ୟ କରୁଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି କି, ୟୁଏପିଏ ଅଧିନରେ ଏହି ସଂଗଠନକୁ ଏବେ ବେଆଇନ ଘୋଷଣା କରାଯାଇଛି ।