ପୁରୀ (ଆମ ଟିଭି): ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ । ଯାହା ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରିଛି । ଶ୍ରୀମନ୍ଦିର ଭିତରେ ପଶିଯାଇଥିବା ୯ ଜଣ ଅଣହିନ୍ଦୁଙ୍କୁ ଅଟକ ରଖିଛି ପୁରୀ ସିଂହଦ୍ୱାର ଥାନା ପୋଲିସ ।
ଅଟକଙ୍କ ମଧ୍ୟରେ ଅଛନ୍ତି ଜଣେ ହିନ୍ଦୁ ଓ ୮ ଜଣ ଅଣହିନ୍ଦୁ । ସମସ୍ତେ ବାଂଲାଦେଶୀ ବୋଲି ଜଣାପଡିଛି । ଅଟକ ୯ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପାସପୋର୍ଟ ପୋଲିସ ଜବତ କରିଛି । ଅନ୍ୟପଟେ ସେମାନେ ରହୁଥିବା ସମୁଦ୍ରକୂଳ ସ୍ୱସ୍ତିକ ହୋଟେଲରେ ପୋଲିସ ଛାନଭିନ କରୁଛି ।