ଭୁବନେଶ୍ୱର (ଆମ ଟିଭି): ବିଜେପିରେ ଯୋଗ ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ତେଲକୋଇରୁ ୨୦୦୯ ଓ ୨୦୧୯ରୁ ବିଧାୟକ ହୋଇଥିଲେ ପ୍ରେମାନନ୍ଦ ନାୟକ । ଗତ କିଛି ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରେମାନନ୍ଦ ।
ସେହିଭଳି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଗତ ଧାମନଗର ଉପ-ନିର୍ବାଚନ ବେଳେ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ଦଳ ବିରୋଧୀ କାମ ପାଇଁ ରାଜେନ୍ଦ୍ରଙ୍କୁ ବିଜେଡି ବହିଷ୍କାର କରିଥିଲା । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ରାଜେନ୍ଦ୍ର ଏବେ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି ।