ବେଲଜିୟମରେ ଓଡ଼ିଆ ଚଳଚ୍ଚିତ୍ର ‘ଚାରିକାନ୍ଧ’ ପ୍ରଦର୍ଶିତ*
ବେଲଜିୟମର ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର ‘ଚାରିକାନ୍ଧ’ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି ବେଲଜିୟମର ଓଡ଼ିଆ ସାଂସ୍କୃତିକ ସଂଘ (ଓସିଏବି) ପୁରସ୍କାର ବିଜେତା ଚଳଚ୍ଚିତ୍ର ପ୍ରଯୋଜକ ଆତିଶ କୁମାର ରାଉତ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥଙ୍କ ସହଯୋଗରେ ବେଲଜିୟମ ରାଜଧାନୀ ବ୍ରୁସେଲ୍ସରେ ଓଡ଼ିଆ ସାମାଜିକ ହାସ୍ୟରସ ନାଟକ ‘ଚାରିକାନ୍ଧ’ ପ୍ରଦର୍ଶିତ ହୋଇଛି l ଚାରିକାନ୍ଧ ଚଳଚ୍ଚିତ୍ରର ନିର୍ମାତା ବିଶ୍ଵନାଥ ରଥ ଜୟପୁର ରାଜୁ ସାହି ନିବାସୀ ଚଳଚ୍ଚିତ୍ର ପ୍ରଦର୍ଶିତ ଖବର ଜଣାପଡିବା ପରେ ସାରା ରାଜ୍ୟର ନିର୍ମାତା ଶ୍ରୀରଥଙ୍କୁ ପ୍ରଶଂସା କରିଛନ୍ତି।
ଏହି ସ୍କ୍ରିନିଂ ଉତ୍କଳ ଦିବସ ୨୦୨୫ ଉତ୍ସବର ଏକ ଅଂଶ ବିଶେଷ ଥିଲା l ଓସିଏବି ଦ୍ୱାରା ଓଡିଶାର ସମୃଦ୍ଧ
ସାଂସ୍କୃତିକ ଐତିହ୍ୟ, କଳା ଓ ପରମ୍ପରାକୁ ସମ୍ମାନିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ବେଲଜିୟମରେ ଆୟୋଜିତ ହୋଇଥିଲା। ‘ଚାରିକାନ୍ଧ’ ଏକ ଲମ୍ବା କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ଜଣାଶୁଣା l ଚଳଚ୍ଚିତ୍ରଟି ବିଶ୍ଵନାଥ ରଥଙ୍କ ଦ୍ବାରା ଲିଖିତ ଏବଂ ନିର୍ଦ୍ଦେଶିତ । ଆତିଶ କୁମାର ରାଉତଙ୍କ ନିଜସ୍ୱ ବ୍ୟାନରରେ ଋତୁପ୍ରିୟା ପ୍ରଡକସନ୍ସ ଅଧିନରେ ପ୍ରଯୋଜିତ ଚଳଚ୍ଚିତ୍ରର ମୁଖ୍ୟ ସହାୟକ ନିର୍ଦ୍ଦେଶକ ଭାବରେ ହରିଶ ସେଠୀ, ଫଟୋଗ୍ରାଫି ନିର୍ଦ୍ଦେଶକ ଭାବେ ଲିଙ୍ଗରାଜ କୁମ୍ଭାର, ଅଡିଓଗ୍ରାଫି ନିର୍ଦ୍ଦେଶକ ଭାବେ ଦିଲେଶ୍ୱର ପ୍ରଧାନ ଅଛନ୍ତି l ବୀର କୁମାର ନନ୍ଦ ସମ୍ପାଦନା ଦାୟିତ୍ଵ ସମ୍ଭାଳିଛନ୍ତି । ଜାନୁଆରୀ ୨୦୨୫ରେ ସମାପ୍ତ ହୋଇଥିଲା, ‘ଚାରୀକାନ୍ଧ’ ଚଳଚ୍ଚିତ୍ରର ସୁଟିଂ l ବର୍ତ୍ତମାନ ଫିଲ୍ମ ଫେଷ୍ଟିଭାଲ ସର୍କିଟରେ ପ୍ରସାରିତ ହେଉଛି ଚଳଚ୍ଚିତ୍ର ଦଳର ପ୍ରତିନିଧିତ୍ବ କରି, ଲେଖକ-ନିର୍ଦ୍ଦେଶକ ବିଶ୍ଵନାଥ ରଥ ସ୍କ୍ରିନିଂରେ ଯୋଗ ଦେଇଥିଲେ l ପ୍ରାୟ ୫୦ ଜଣ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଏକାଠି ହୋଇଥିଲେ l ୩୭ମିନିଟର ଚଳଚ୍ଚିତ୍ରକୁ ଶେଷ ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ l ଚଳଚ୍ଚିତ୍ର ମହୋତ୍ସବରେ ‘ଚାରିକାନ୍ଧ’କୁ ପ୍ରଦର୍ଶନ କରି ବିଶ୍ବ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ l ପୁରସ୍କାର ବିଜେତା ଲେଖକ-ନିର୍ଦ୍ଦେଶକ ବିଶ୍ବନାଥ ରଥ କେବଳ ତାଙ୍କ ଚଳଚ୍ଚିତ୍ର ପ୍ରକଳ୍ପ ପାଇଁ ୫୬୦ରୁ ଅଧିକ ପୁରସ୍କାର ଜିତିବା ପାଇଁ ନୁହେଁ ବରଂ ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶା ଏବଂ ଭାରତକୁ ପ୍ରତିନିଧିତ୍ବ କରିବା ସମ୍ମାନ ଆଣିବା ଲକ୍ଷ୍ୟରେ ଚଳଚ୍ଚିତ୍ରଟି ପ୍ରଦର୍ଶନ କରାଯାଇଛି ବୋଲି ଶ୍ରୀ ରଥ ନିଜ ପ୍ରତିକ୍ରିୟାରେ କହିଛନ୍ତି ।