ଓଡ଼ିଆ ପୁଅ ମନୋଜ କୁମାର ସାହୁ ହେଲେ ଡେପୁଟି ନିର୍ବାଚନ କମିଶନର

0

ନୂଆଦିଲ୍ଲୀ (ଆମ ଟିଭି): ଓଡ଼ିଶାର ଗର୍ବ ମନୋଜ କୁମାର ସାହୁ । ଓଡିଶାର ମନୋଜ କୁମାର ସାହୁ ହେଲେ ଦେଶର ଡେପୁଟି ନିର୍ବାଚନ କମିସନର । ପ୍ରଥମ ଓଡିଆ ଭାବେ ଏହି ପଦବୀରେ ସେ ବସିବାକୁ ଯାଉଛନ୍ତି । । ଆସନ୍ତା ସପ୍ତାହରେ ଆଇଏଏସ ମନୋଜ ସାହୁ ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିବୋ ଏହି ଯୁବ ଆଇଏଏସଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୃଷ୍ଣପ୍ରସାଦପୁର ପଞ୍ଚାୟତରେ । ୨୦୦୬ରେ ମନୋଜ ଆଇଏଏସ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ ।

ସେତେବେଳେ ତାଙ୍କୁ ୨୭ ବର୍ଷ ହୋଇଥିଲା । ମନୋଜଙ୍କ ବାପା ଚରଣ ସାହୁ ଚା ଦୋକାନୀ ଥିଲେ । ନିକଟରେ ତାଙ୍କର ପରଲୋକ ଘଟିଛି । ଆଇଏଏସ ମନୋଜ ସାହୁ ଏବେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ଯୁଗ୍ମ ସଚିବ ରହିଛନ୍ତି । ପୂର୍ବରୁ ଖଣି ଓ ଶକ୍ତି ଭଳି ବିଭିନ୍ନ ପଦରେ କାର୍ୟ୍ୟ କରିଛନ୍ତି । ଏହାବାଦ ଗୋଆ, ଅରୁଣାଚଳ ପ୍ରଦେଶରେ ମଧ୍ୟ କାର୍ୟ୍ୟ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଥିଲେ ଆଇଏଏସ ମନୋଜ ସାହୁ ।

Leave A Reply

Your email address will not be published.