Ola ଆଣିବାକୁ ଯାଉଛି ନୂଆ ଦମଦାର ସ୍କୁଟର୍, ସୋସିଆଲ ମିଡିଆରେ ସୂଚନା ଦେଲେ ଭାବିଶ ଅଗ୍ରୱାଲ

0

ନୂଆଦିଲ୍ଲୀ(ଆମ ଟିଭି):  ଭାରତର ଅଗ୍ରଣୀ ଇଲେକ୍ଟ୍ରିକ୍ ଦୁଇ ଚକିଆ ନିର୍ମାତା ଓଲା ଇଲେକ୍ଟ୍ରିକ୍ ଦ୍ୱାରା ଶୀଘ୍ର ଏକ ବଡ ଘୋଷଣା କରାଯାଇପାରେ । ନିକଟରେ ସୋସିଆଲ ମିଡିଆରେ Ola CEO ଭବୀଶ ଅଗ୍ରୱାଲଙ୍କ ଦ୍ୱାରା ଏକ ବଡ ତଥ୍ୟ ସେୟାର କରାଯାଇଛି । ଏଥିରେ ସେ କିଛି ଫଟୋ ସେୟାର କରିଛନ୍ତି ଏବଂ ଆସନ୍ତା ସପ୍ତାହରେ ହେବାକୁ ଥିବା କିଛି ବିଶେଷ ଘୋଷଣା ବିଷୟରେ କହିଛନ୍ତି । ଭବୀଶ ତାଙ୍କ ଟ୍ୱିଟରେ ତିନୋଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏକ ନୂଆ ସ୍କୁଟର ବିଷୟରେ ସୂଚନା ଦିଆଯାଇଛି ।

ତାଙ୍କ କହିବାନୁସାରେ, Ola ଖୁବଶୀଘ୍ର ଏକ ଇଲେକ୍ଟ୍ରିକ୍ ସ୍କୁଟର ପରିଚିତ କରିବାକୁ ଯାଉଛି । ଫଟୋ ଅନୁଯାୟୀ, ଏହି ସ୍କୁଟରକୁ କମର୍ସିଆଲ ସେଗମେଣ୍ଟରେ ଅଣାଯିବ, ଯାହାର ଡିଜାଇନ୍ କମ୍ପାନୀର ବର୍ତ୍ତମାନର ପୋର୍ଟଫୋଲିଓ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏବେ କମ୍ପାନୀ ଦ୍ୱାରା ସେଲ୍ ପାଇଁ ଉପଲବ୍ଧ ଇଲେକ୍ଟ୍ରିକ୍ ସ୍କୁଟରରେ କେବଳ ଫିକ୍ସଡ୍ ବ୍ୟାଟେରୀ ବ୍ୟବହାର କରାଯାଏ । କିନ୍ତୁ ଆସିବାକୁ ଯାଇଥିବା ଏହି ନୂଆ ପ୍ରଡକ୍ଟରେ କମ୍ପାନୀ ସ୍ୱାପେବଲ୍ ବ୍ୟାଟେରୀ କିମ୍ବା ରିମୁଭେବଲ୍ ବ୍ୟାଟେରୀ ବ୍ୟବହାର କରିବ ।

ବିଶେଷତା କ’ଣ ହେବ?

କମ୍ପାନୀ ଦ୍ୱାରା ଅଣାଯାଇଥିବା ନୂତନ ଇଲେକ୍ଟ୍ରିକ୍ ସ୍କୁଟରରେ ଅନେକ ଫିଚର୍ସ ଦିଆଯାଇପାରେ । ଫଟୋ ଅନୁଯାୟୀ, ଏହାର ଡିଜାଇନ୍ ଏବେକାର S1 ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏଥିରେ ନୂଆ ଡିଜାଇନ୍ ଏଲଇଡି ଲାଇଟ୍ ଯୋଗାଇ ଦିଆଯିବ । ଏଥିସହ ବାଇକରେ ମିଳୁଥିବା ଫ୍ରଣ୍ଟ ଫକ୍ସଗୁଡ଼ିକ ଏଥିରେ ବ୍ୟବହୃତ ହେବ । ଏହା ବ୍ୟତୀତ ଗାଡ଼ି ପଡ଼ିଯିବା ସମୟରେ ସୁରକ୍ଷା ପାଇଁ ସାଇଡ୍ ଗାର୍ଡ ମଧ୍ୟ ଯୋଗାଇ ଦିଆଯିବ ।

Leave A Reply

Your email address will not be published.