ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକରେ ଭାବବିହ୍ୱଳ ହୋଇ ଏମିତି କହିଲେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଳୀ (ଆମ ଟିଭି): ଆଜି ଥିଲା ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକ । ଜନ୍ମବାର୍ଷିକ ଅବସରରେ ଆଜି ଭାବବିହ୍ୱଳ ହୋଇଥିଲେ ତାଙ୍କ ପୁଆ ରାହୁଲ ଗାନ୍ଧୀ । ଆପଣ ଦେଖି ଥିବା ସବୁ ସ୍ୱପ୍ନକୁ ମୁଁ ପୂରା କରିବି । କିଛି ଏଭଳି କହି ଭାବୁକ ହୋଇ ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଜନ୍ମବାର୍ଷିକି ।ତେବେ ଆଜି ତାଙ୍କ ସମାଧି ତଳେ ପୁଷ୍ପମାଲ୍ୟ ପ୍ରଦାନ କରୁଥିବା ସମୟରେ ଭାବ ବିହୋଳ ହୋଇ ଯାଇଥିଲେ ରାହୁଲ । ଏହା ସହିତ ସେ ତାଙ୍କ ଟ୍ୱିଟର ପେଜରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି ଆପଣ ସବୁ ବେଳେ ମୋ ସହିତ ଅଛନ୍ତି । ଆଉ ଆପଣ ଦେଶ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ମୁଁ ପୂରା କରିବି ।

ଆଜି ହେଉଛି ରାଜୀବ ଗାନ୍ଧୀଙ୍କର ୭୮ତମ ଜନ୍ମ ବାର୍ଷୀକି । ଆଜି ରାହୁଲଙ୍କ ସହିତ ପ୍ରିୟଙ୍କା ମଧ୍ୟ ପିତାଙ୍କୁ ଶ୍ରଦ୍ଧା ସୁମନ ଜଣାଇବା ପାଇଁ ବୀର ଭୂମି ଯାଇଁ ପହଞ୍ଚିଥିଲେ । ତେବେ ଆଜି ର ଏହି କାର୍ୟ୍ୟକ୍ରମରେ ସୋନିଆ ଉପସ୍ଥିତ ନଥିଲେ । ତାଙ୍କୁ କରୋନା ହୋଇଥିବାରୁ ସେ ବର୍ତ୍ତମାନ ପ୍ରୋଟୋକଲ ଅନୁସାରେ କ୍ୱାରେନଟାଇନରେ ରହିଛନ୍ତି ।

 

 

Leave A Reply

Your email address will not be published.