ଉପରାଷ୍ଟ୍ରପତିଙ୍କୁ ଭେଟିଲେ ୨ ବିଜେଡି ସାଂସଦ

0

ନୂଆଦିଲ୍ଳୀ: (ଆମ ଟିଭି): ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ସଂସଦୀୟ ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟି ଶୁଭେଚ୍ଛା ଏବଂ ଅଭିବାଦନ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଜଗଦୀପ ଧନଖଡ଼ ହେଉଛନ୍ତି ଦେଶର ୧୪ ତମ ଉପରାଷ୍ଟ୍ରପତି । ଚଳିତ ବର୍ଷ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇ ଜିତିଥିଲେ ଜଗଦୀପ ଧନଖଡ଼। ଅଗଷ୍ଟ ୧୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.