ଦିନିକିଆ ବିଶ୍ୱକପ୍: ଆଜି ମୁହାମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ

0

ନୂଆଦିଲ୍ଲୀ (ଆମ ଟିଭି): ଜାରି ରହିଛି ଦିନିକିଆ ବିଶ୍ୱପର ହାଇଭୋଲଟେଜ୍ ମ୍ୟାଚ୍ । ଆଜି ବିଶ୍ୱକପରେ ଆଉ ଏକ ବଡ଼ ଲଢ଼େଇ ହେବାକୁ ଯାଉଛି । ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ । ଖରାପ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ମନୋବଳକୁ ଦୃଢ଼ କରିଛି । ପ୍ରଥମ ଦୁଇ ମ୍ୟାଚ୍‌ରେ ଏହି ଦଳ ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିଲା । ଏହି ଦୁଇ ମ୍ୟାଚ୍‌ରେ ଦଳର ବ୍ୟାଟିଂ ବିପର୍ୟ୍ୟୟ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ବିପକ୍ଷ ଲୋ ସ୍କୋରିଂ ମ୍ୟାଚ୍‌କୁ କିନ୍ତୁ ସହଜରେ ଜିତି ନେଇଥିଲା । ଏହି ବିଶ୍ବକପ୍‌ରେ କେବଳ ଜୋସ ଇଙ୍ଗଲିସ ଓ ମିଚେଲ ‌ଷ୍ଟାର୍କ ଅର୍ଦ୍ଧଶତକ ଅର୍ଜନ କରିବାକୁ ସମର୍ଥ ହୋଇଛନ୍ତି ଏବଂ ମୋଟ ଉପରେ ୩ ମ୍ୟାଚ୍‌ରେ ମାର୍ନସ ଲବୁସାନ ୧୦୦ ରନ୍‌ ପାର କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ଓ ଶ୍ରୀଲଙ୍କାକୁ ହରାଇ ଥିଲା ପାକିସ୍ତାନ। କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିଲା ବେଳେ ଦଳ ଚାପରେ ରହି ଶୋଚନୀୟ ଭାବେ ହାରିଥିଲା । ତେବେ ଦଳର ବ୍ୟାଟର୍‌ମାନେ ଭଲ ପ୍ରଦର୍ଶନ ଦେଇଛନ୍ତି । କେବଳ ଓପନର୍‌ ଇମାମ-ଉଲ୍‌-ହକ୍‌ ଓ ଅଧିନାୟକ ବାବର ଆଜମ ସେତେଟା କମାଲ କରି ନାହାନ୍ତି । ଇମାମ ୩ ମ୍ୟାଚ୍‌ରେ ୬୩ ରନ୍‌ କରିଥିଲା ବେଳେ ପ୍ରଥମ ଦୁଇ ମ୍ୟାଚ୍‌ରେ ଖରାପ ଖେଳି ଆଉଟ୍‌ ହୋଇଥିବା ବାବର ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆହତ ନସୀମ ଶାହଙ୍କ ଅନୁପସ୍ଥିତରେ ବୋଲିଂ ଭାର ୨୩ ବର୍ଷୀୟ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦିଙ୍କ କାନ୍ଧରେ ରହିବ । ଏହି ହାଇଭୋଲଟେଜ୍ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.