ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ନୂଆ ୱେବ୍‌ସିରିଜ୍‌ SIX ନଭେମ୍ଵର ୬ରୁ

0

ଭୁବନେଶ୍ୱର (ଆମ ଟିଭି): ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ନେଇ ଆସୁଛି ନୂଆ ୱେବ୍ ସିରିଜ୍‌ “SIX”ଏହି ୱେବ୍‌ସିରିଜ୍‌ ର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ହବ ଓଡିଶା ଚଳଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତିନ ର ଧାରା ସୃଷ୍ଟି ହବ। 

ଏହାକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର କ୍ରିଏଟିଭ୍ ଟିମ୍ କୁହନ୍ତି : ଏହି ୱେବ୍‌ସିରିଜ୍‌ରେ ଆପଣ ମାନେ ଦେଖିପାରିବେ ଗୋଟେ ପରିବାରରୁ ସମସ୍ତ ୬ ସଦସ୍ୟଙ୍କର ଗୋଟିଏ ଦିନରେ ମୃତ୍ୟୁ । ଏବେ ସବୁ ଆଡେ ଚର୍ଚା, ଏହା ଆତ୍ମ୍ୟ ହତ୍ୟା ନା ଗଣହତ୍ୟା? ଏହି ମୃତ୍ୟୁକୁ ନେଇ ସରକାର ଥରହର । ବର୍ତ୍ତମାନ ପୋଲିସ୍ ର ତଦନ୍ତକୁ ନେଇ ପ୍ରଶ୍ନବାଚୀ ?

ତଦନ୍ତ ଭାରପ୍ରାପ୍ତ ଅଧିକାରୀ ଏବେ ଚକ୍ରବ୍ୟୁହରେ । ଏବେ ତଦନ୍ତ କରୁଥିବା ପୋଲିସ କଣ କରିବ?

ଏ ମୃତ୍ୟୁ କାଣ୍ଡ ଉପରୁ ପରଦା ଉଠେଇବ? ନା ଅନେକ ବଡ ବଡ ଲୋକମାନଙ୍କୁ ବଞ୍ଚେଇବା ପାଇଁ ଘଟଣା ଉପରେ ପରଦା ଘୋଡେଇ ଦବ? ଏ ପର୍ଯ୍ୟନ୍ତ ଓଡିଶାର ସବୁଠାରୁ ବଡ ଅପରାଧିକ କାହାଣୀ ଓ ଟି ଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆପଣମାନଙ୍କୁ ଭେଟି ଦବାକୁ ଯାଉଛି ୬ ନମ୍ବେମ୍ବର ୨୦୨୨ ରେ SIX .

ଏହି ୱେବସିରିଜ୍‌ ର ନିର୍ଦ୍ଦେଶକ ଧୃବାନନ୍ଦ ପଣ୍ଡା କୁହନ୍ତି : ଏ ସତ୍ୟ କାହାଣୀ କୁ ଆମେ ଆମ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆମକୁ ଅନେକ କଠିନ ପରିଶ୍ରମ କରିବାକୁ ପଡିଛି। ଆମର ଆଶା ଓ ଭରଷା ଓଡ଼ିଶାର ସବୁଠୁ ବଡ ଅପରାଧିକ କାହାଣୀ ଆମ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିବ।

ଏହି ୱେବସିରିଜ୍‌ର କାହାଣୀ ଓ ଚିତ୍ରନାଟ୍ୟ ଅଭିଜିତ୍‌ ସିଦ୍ଧେ ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଦିଲିପ୍ ବଳବନ୍ତରାୟ । ବିରଞ୍ଚି ନାୟକ, ରାଗିନୀ,ବାଦଲ ମIହାନ୍ତି, ଲତାଶା,ବିଦୁସ୍ମିତା, ଉଦିତ୍‌ ଗୁରୁ, କୈଳାସ୍ ପାଣିଗ୍ରାହୀ, ବରଦା, ଅଙ୍କିତ୍,ସାଇ, ସୂର୍ଯ୍ୟକାନ୍ତ, ରଶ୍ମିତା,ଦୂର୍ଯ୍ୟଧନ,ଜୟପ୍ରକାଶ ଦାଶ ଓ ଆହୁରି ଅନେକ୍ କଳାକାର ମାନେ ଅଭିନୟ କରିଛନ୍ତି ଏହାର ପ୍ରଯୋଜନା କରିଛନ୍ତି ବିରଞ୍ଚି ନାରାୟଣ ନାୟକ ।

Leave A Reply

Your email address will not be published.