ପାକିସ୍ତାନ ହେଉଛି ଦୁନିଆର ସବୁଠୁ ବିପଦଜ୍ଜନକ ଦେଶ: ଜୋ ବାଇଡେନ
ନୂଆଦିଲ୍ଲୀ (ଆମ ଟିଭି): ପୁଣି ଆନ୍ତର୍ଜାତୀୟ ସ୍ତରରେ ଖୋଲିଛି ପାକିସ୍ତାନର ମୁଖା । ସାରା ଦୁନିଆରେ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ପାକିସ୍ତାନକୁ ହେଉଛି ଦୁନିଆର ସବୁଠୁ ବିପଦଜ୍ଜନକ ଦେଶ। ଆଣବିକ ଅସ୍ତ୍ର ଶସ୍ତ୍ରର ଭଣ୍ଡାରକୁ ନେଇ ପାକିସ୍ତାନ ପ୍ରତି ଏମିତି ବିଷୋଦଗାର କରିଛନ୍ତି ଆମେରିକା ରାଷ୍ଟ୍ରପତି। ସେ କହିଛନ୍ତି ପାକିସ୍ତାନରେ ସେନା ଏବଂ ସରକାର ମଧ୍ୟରେ କୌଣସି ତାଳମେଳ କି ସମନ୍ଵୟ ନାହିଁ। ଏଥିପାଇଁ ଏହି ଦେଶ ଦୁନିଆ ପାଇଁ ବଡ ବିପଦ ସାଜିପାରେ।
ଡେମୋକ୍ରାଟିକ୍ସ କନଫରେନ୍ସ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ପାକିସ୍ତାନର ସେନା ଏବଂ ସରକାର ମଧ୍ୟରେ ଉତ୍ତମ ସମନ୍ଵୟ ନାହିଁ। ପୁଣି ଏହି ଦେଶରେ ଆଣବିକ ଅସ୍ତ୍ରର ଭଣ୍ଡାର ରହିଛି। ସେହି ଦୃଷ୍ଟିରୁ ଏହି ଦେଶ ସମଗ୍ର ଦୁନିଆ ପାଇଁ ବଡ ବିପଦ ସାଜିପାରେ। ଆମକୁ ଏହି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ବାଇଡେନ କହିଛନ୍ତି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ବାଇଡେନ୍ ପାକିସ୍ତାନ ବିପକ୍ଷରେ ବୟାନ ଦେଉଥିବା ବେଳେ ଅନ୍ୟପଟେ ଆମେରିକା ତରଫରୁ ଅସ୍ତ୍ର ଶସ୍ତ୍ର ଯୋଗାଣ ଲଗାତାର ଜାରି ରହିଛି। ସୈନ୍ୟ ସହାୟତା ବ୍ୟତୀତ ଆମେରିକା ପାକିସ୍ତାନକୁ ଆର୍ଥିକ ସହାୟତା ଏବଂ ଆଇଏମଏଫରେ ପଛ ଦ୍ଵାରରୁ ସାହାଯ୍ୟ ଯୋଗାଉଛି।