ୟୁକ୍ରେନ୍ ଓ ଆମେରିକାକୁ ୩୦ ମିନିଟରେ ଧ୍ୱଂସ କରିଦେବ ଋଷ: ଏଲନ ମସ୍କ

0

ନୂଆଦିଲ୍ଲୀ (ଆମ ଟିଭି): ସୋସିଆଲ ମିଡିଆରେ ଏବେ ବେଶ୍ ଚର୍ଚ୍ଚାରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । କିଛିଦିନ ତଳେ ସେ ଋଷ-ୟୁକ୍ରେନ ଯୁଦ୍ଧ ଓ ତାଇୱାନ ସମସ୍ୟାକୁ ସମାଧାନ କରିବା ନେଇ ନିଜର ପରାମର୍ଶ ଦେଇଥିଲେ । ଏହି ପରାମର୍ଶକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କଡା ସମାଲୋଚନା କରିବା ସହ ପରୋକ୍ଷରେ ମସ୍କଙ୍କୁ ଏକ ଦୁମୁହାଁ ଚରିତ୍ର ବୋଲି କହିଥିଲେ । ଜେଲେନସ୍କି କହିଥିଲେ କି ମସ୍କ କେତେବେଳେ ୟୁକ୍ରେନ ସମର୍ଥନରେ କହୁଛନ୍ତି ତ କେବେ ଋଷ ସମର୍ଥନରେ । ସେପଟେ ତାଇୱାନକୁ ନେଇ ମସ୍କ ଯେଉଁ ପରାମର୍ଶ ଦେଇଥିଲେ ତାହା ତାଇପେ ବିରୋଧୀ ଓ ବେଜିଂ ସମର୍ଥନ ବୋଲି ଜେଲେନସ୍କି କହିଥିଲେ ।

ଏଲନ ମସ୍କ ଏବେ ଏକ ସାକ୍ଷାତକାର ଦେବା ବେଳେ କହିଛନ୍ତି କି ବୁଝିବା ଶକ୍ତି ଥିବା ଲୋକ କେବେ ବି ପରାମାଣୁ ଯୁଦ୍ଧ କରିବା କଥା ଚିନ୍ତା କରିବ ନାହିଁ । ଏହାସହ ସେ କହିଛନ୍ତି କି ଋଷ ୩୦ ମିନିଟରୁ କମ୍ ସମୟ ମଧ୍ୟରେ ଆମେରିକା ଓ ୟୁରୋପକୁ ନଷ୍ଠ କରିଦେବାର କ୍ଷମତା ରହିଛି । ହେଲେ ବିଶ୍ୱର ଅଧିକାଂଶ ଲୋକ ଏ ବାବଦରେ ଅବଗତ ନଥିବା କଥା ସେ କହିଛନ୍ତି ।

Leave A Reply

Your email address will not be published.