ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ପୁଣି ଥରେ କ୍ଷମା ପ୍ରାର୍ଥନା କଲା ପତଞ୍ଜଳି

0

ନୂଆଦିଲ୍ଲୀ (ଆମ ଟିଭି): ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଯୋଗ ଗୁରୁବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସମସ୍ୟା କମ ହେବା ନା ନେଉନି । ଆଜି ଖବରକାଗଜରେ ବଡ ଧରଣର କ୍ଷମା ମାଗିଛି ପତଞ୍ଜଳି ଆୟୁବେଦ ପ୍ରାଇଭେଟ ଲିମିଟେଡ । ଆଜି ସକାଳେ ପ୍ରକାଶିତ ବିଜ୍ଞାପନରେ ଏକ ଚତୁର୍ଥାଶଂ ସ୍ଥାନ ନେଇଛି । ଯୋଗ ଗୁରୁ ବାବା ରାମଦେବ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ କ୍ଷମା ମାଗିଛନ୍ତି ।

ଏଥିସହ ସେ କହିଛନ୍ତି କୋର୍ଟଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ଆଉ ଏଭଳି ଭୁଲ ଆଉ ହେବ ନାହିଁ । ହେଲେ ସୁପ୍ରିମକୋର୍ଟ ପକ୍ଷରୁ ପ୍ରଶ୍ନ କରାଯାଇଛି ଶୁଣାଣୀ ଆଗରୁ କାହିଁକି କ୍ଷମା ମଗାଯାଇନଥିଲା? ଯେତିିକି ବିଜ୍ଞାପନ ଆକାର ବଡ ହୋଇଛି ସେତିକି କ୍ଷମା ର ଆକାର ବଡ ହୋଇଛି କି ? ଏଥିସହ ଯୋଗ ଶିବିର ପାଇଁ ଟିକସ ଦେବାକୁ ପଡିବ ବୋଲି କହିଛନ୍ତି । ମାମଲାରେ ଶୁଣାଣୀ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।

ଶୁଣାଣୀ କରି କୋର୍ଟ ପଚାରିଛନ୍ତି ଆପଣଙ୍କ ବିଜ୍ଞାପନ ଯେଉଁ ଆକାରର ଥିଲା ସେତିକି ଆକାରର କି କ୍ଷମା ପ୍ରାର୍ଥନା ବିଜ୍ଞାପନ ହୋଇଛି କି? ଛୋଟିଆ ଆକାରରେ କ୍ଷମା ବିଜ୍ଞାପନ ଯଥେଷ୍ଟ ନୁହେଁ କହି କୋର୍ଟ ପୁଣି ଥରେ ଏହାକୁ ବଡ ଆକାରରେ ପ୍ରକାଶ କରିବାକୁ କହିଛନ୍ତି । ଉତର ରଖି ପତଞ୍ଜଳି ପକ୍ଷରୁ କୁହାଯାଇଛି ଯେ ୬୭ ଖବରକାଗଜରେ କ୍ଷମା ମଗାଯାଇଛି । ବିଜ୍ଞାପନର ମୂଲ୍ୟ ୧୦ଲକ୍ଷ ଟଙ୍କା । କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସାମ୍ବାଦିକ ସମ୍ମିଳନୀ କରିବା ଓ ବିଜ୍ଞାପନରେ ଭୁଲ ଦାବି କରିବାକୁ ନେଇ ପତଞ୍ଜଳୀ କ୍ଷମା ମାଗିଛି ।

ଏଥିସହ ପତଞ୍ଜଳୀ କହିଛି ସୁପ୍ରିମକୋର୍ଟଙ୍କ ଗାରିମାକୁ ପତଞ୍ଜଳୀ ସମ୍ମାନ କରେ ଓ ଭବିଷ୍ୟତିରେ ଏଭଳି ଭୁଲ ଆଉ ହେବ ନାହିଁ । ତେବେ କ୍ଷମା ପ୍ରାର୍ଥନାକୁ କୋର୍ଟ ଗ୍ରହଣ କରି ନାହାଁନ୍ତ । କ୍ଷମା ପ୍ରାର୍ଥନାକୁ ବିଜ୍ଞାପନରେ ପୁଣି ଥରେ ବଡ ଆକାରରେ ଜାରି କରିବାକୁ କୋର୍ଟ ରାମଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩୦ ଏପ୍ରିଲରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଉଛି । ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମାନୁତୁଲାଙ୍କ ଦ୍ୱାରା ଖଣ୍ଡପୀଠ ମାମଲାର ଶୁଣାଣୀ କରିଥିଲେ । ପୂର୍ବ ଶୁଣାଣରେ କୋର୍ଟ ଏମାନଙ୍କୁ ୭ଦିନ ଭିତରେ ଭୁଲ ସୁଧାରିବାକୁ ଓ କ୍ଷମା ମାଗିବାକୁ କହିଥିଲେ । କୋର୍ଟ ପ୍ରଶ୍ନ କରିଛନ୍ତି କ୍ଷମା ମାଗିବାରେ ଏତେ ବିଳମ୍ବ କ’ଣ ପାଇଁ କରାଗଲା । ଏନେଇ ରାମଦେବ ଓ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଛନ୍ତି କୋର୍ଟ ।

Leave A Reply

Your email address will not be published.