ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍‌-କିଷାନ ଟଙ୍କା: ଜାଣନ୍ତୁ କେମିତି କରିବେ ଚେକ୍‌?

0

ନୂଆଦିଲ୍ଲୀ(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଦେଶର ୯.୪ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ଯିବ। ମହାରାଷ୍ଟ୍ରର ଓ୍ବାଶିମ୍‌ଠାରେ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥ ରାଶି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ଜରିଆରେ ପ୍ରେରଣ କରାଯିବ। ମହାରାଷ୍ଟ୍ରର ଚାଷୀ ରାଜ୍ୟର ନମୋ ଶେତ୍‌କରୀ ମହାସମ୍ମାନ ନିଧି ଯୋଜନାରେ ଅତିରିକ୍ତ ୨,୦୦୦ କୋଟି ଟଙ୍କା ପାଇବେ। ପିଏମ୍‌-କିଷାନ ଯୋଜନା୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିଲା। ଉକ୍ତ ଯୋଜନାରେ ହିତାଧିକାରୀ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ୩ଟି ସମାନ କିସ୍ତିରେ ପ୍ରଦାନ କରାଯାଇଥାଏ।

ଯଦି କିସ୍ତି ଟଙ୍କା ଆକାଉଣ୍ଟରେ ଜମା ହୋଇଛି କି ନାହିଁ ଜାଣବାକୁ ଚାହୁଁଛନ୍ତି ତେବେ pmkisan.gov.in କୁ ଯାଇ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ୱେବସାଇଟରେ ଥିବା ‘Know Your Status’ ଟ୍ୟାବ ଉପରେ କ୍ଲିକ କରି ପଞ୍ଜୀକରଣ ନମ୍ବର ଏବଂ କ୍ୟାପଚା କୋଡ ପ୍ରବେଶ କରି ସୂଚନା ପାଇପାରିବ।

Leave A Reply

Your email address will not be published.