କେନ୍ଦୁଝର ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଭୁବନେଶ୍ୱର (ଆମ ଟିଭି): ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଇସୁଆଁ ଏୟାର ଷ୍ଟ୍ରିପରେ ପହଞ୍ଚି ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାଶିକାକୁ ରାସ୍ତା ପଥରେ ଯାଇଛନ୍ତି। ସେଠାରେ ଜୁଆଙ୍ଗ ଜନଜାତି ପ୍ରତିନିଧିଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। କେନ୍ଦୁଝର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ଧରଣୀଧର ବିଶବିଦ୍ୟାଳୟରେ ଆଦିବାସୀ ସାହିତ୍ୟ, ସଂସ୍କୃତି, କଳା ଉପରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସେମିନାରକୁ ଉଦ୍‌ଘାଟନ କରିବେ।
ଏହି ଅବସରରେ କେନ୍ଦୁଝର ସହର ତଥା ଗୋନାଶିକା ଯିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 

Leave A Reply

Your email address will not be published.