‘ନମୋ ଭାରତ’ ଏକ୍ସପ୍ରେସ ଟ୍ରେନ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ଟ୍ରାକରେ ଗଡ଼ିଲା ନମୋ ଭାରତ ଏକ୍ସପ୍ରେସ । ଦେଶକୁ ମିଳିଲା ପ୍ରଥମ ରାପିଡ୍ଏକ୍ସ ଟ୍ରେନ୍ । ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ରାପିଡଏକ୍ସ ଟ୍ରେନ୍ ‘ନମୋ ଭାରତ’ । ପ୍ରଥମ ପର୍ୟ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଯାହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶ ସାହିବାବାଦ ଷ୍ଟେସନରେ ରାପିଡ୍ଏକ୍ସ ଟ୍ରେନ୍ ‘ନମୋ ଭାରତ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଆଞ୍ଚଳିକ ଯୋଗାଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ନୂତନ ଟ୍ରେନର ବ୍ୟବସ୍ଥା କରାଯାଇଛି ।

ଆରଆରଟିଏସ୍ ବା ରାପିଡ୍ ଟ୍ରାଂଜିଟ୍ ସିଷ୍ଟମ୍ ଏକ ନୂତନ ରେଳ ବ୍ୟବସ୍ଥା । ଏହା ସେମି-ହାଇସ୍ପିଡ୍ ଓ ହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କମ୍ୟୁଟର ଟ୍ରାଞ୍ଜିଟ୍ ପ୍ରଣାଳୀ । ଦିଲ୍ଲୀ- ଗାଜିଆବାଦ-ମିରଟ ୮୨ କିଲୋମିଟର ଲମ୍ବା କରିଡରକୁ ୧ଘଣ୍ଟାରୁ କମ୍ ସମୟରେ ପୁରା କରିବ ନମୋ ଭାରତ ଟ୍ରେନ୍ । ଏହାଦ୍ୱାରା ସହର-ସହର ଭିତରେ ଯୋଗାଯୋଗ କମ୍ ସମୟରେ ହୋଇପାରିବ ।

 

Leave A Reply

Your email address will not be published.