ବିଶ୍ଵକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବକର୍ମା ପୂଜା ଅବସରରେ ଯୋଜନାର ଶୁଭାରମ୍ଭ କରାଯାଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି ।

ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ ସରକାର। ୧୮ ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ଏହି ସୁବିଧା। ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ସ୍ୱାଧୀନତା ଦିବସ ଅବସରରେ ଏପରି ଯୋଜନା ଆରମ୍ଭ ନେଇ ଘୋଷଣା କରିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି।

ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ବିଶ୍ୱକର୍ମା ପୂଜା ଅବସରରେ କାର୍ଯ୍ୟକାରୀ ହୋଇଛି। ସୁନା କାରିଗର, କମାର, ବାରିକ, ମୋଚୀ, ବଢ଼େଇ, ବୁଣାକାର, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ, ଲୁହା କାରିଗର, ସୁନା କାରିଗର, କୁମ୍ଭାର, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ଭଳି ବିଭିନ୍ନ କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ସୁଧ ଆକାରରେ ବ୍ୟାଙ୍କରୁ ଋଣ ଆଣିପାରିବେ। ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଆଣିପାରିବେ, ଯେଉଁଥିରେ ମାତ୍ର ୫% ସୁଧ ଦେବାକୁ ପଡିବ ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର ପ୍ରଦାନ କରିବେ। ଏହି ପରିଚୟପତ୍ର ଆଧାରରେ ଋଣ ମିଳିବ।

Leave A Reply

Your email address will not be published.