ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ବର୍ତ୍ତମାନ ଏଆଇକୁ ନେଇ ଚର୍ଚ୍ଚା । ଏଆଇ ଟେକ୍ନୋଲୋଜିକୁ ସମସ୍ତେ ଏବେ ଆପଣାଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି -୨୦ ଡିଜିଟାଲ ଅର୍ଥ ମନ୍ତ୍ରୀଙ୍କ ବୈଠକକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏଆଇ-ସଂଚାଳିତ ଭାଷା ଅନୁବାଦ ପ୍ଲାଟଫର୍ମ ‘ଭାଷିଣୀ’ର ନିର୍ମାଣ କରୁଛୁ। ଏହା ଭାରତର ବିଭିନ୍ନ ଭାଷାରେ ଡିଜିଟାଲ ଅନ୍ତର୍ଭୂକ୍ତିକୁ ସମର୍ଥନ କରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ୮୫ କୋଟିରୁ ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି, ଯେଉଁମାନେ ଦୁନିଆର ସବୁଠାରୁ ଶସ୍ତା ଡାଟା ମୂଲ୍ୟ ଉପଭୋଗ କରୁଛନ୍ତି।