ନିସ୍‌ ଏବଂ ସିଭି ରମଣ କଲେଜରେ ଚଳଚ୍ଚିତ୍ର ଅପରେସନ ୧୨/୧୭ର ପ୍ରମୋସନ

0

ଭୁବନେଶ୍ୱର (ଆମ ଟିଭି): ଏକ ମୌଳିକ କାହାଣୀକୁ ନେଇ ଲୁମ୍ବିନୀ ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ବିଗ ବଜେଟ ର ଓଡ଼ିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭” ଆସନ୍ତା ୮ ତାରିଖ ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଚଳଚ୍ଚିତ୍ରର ଅଭିନେତା ଶ୍ରେୟାନ, ଅଭିନେତ୍ରୀ ଭୂମିକା, ଅମର, କାହାଣୀକାର ଦ୍ବୀପାୟନ ପଟ୍ଟନାୟକ, କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ବିଭିନ୍ନ କଲେଜ ରେ ପହଞ୍ଚି ସିନେପ୍ରେମୀ ଛାତ୍ରଛାତ୍ରୀଙ୍କ ଗହଣରେ ନାଚ,ଗୀତ ଓ ସଂଳାପ ମାଧ୍ୟମରେ ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ । ଭୁବନେଶ୍ୱର ସ୍ଥିତ ନିସ୍ କଲେଜ ଏବଂ ସିଭି ରମଣ କଲେଜରେ ପୁରା ଟିମ୍ ପହଞ୍ଚି ଜୋରସୋର ପ୍ରମୋସନ କରିଥିଲେ l ଏମ ବି ସି ଟିଭି ର ଏଡିଟର ଅଶୋକ ପଣ୍ଡା, ଚିଫ ସ୍ପିକର, ହ୍ୟୁମାନ ରାଇଟ୍ସ କମିଶନର ମେମ୍ବର ଅସୀମ ଅମିତାଭ ଦାସ, ଅଭିନେତା ସୁଭାଶିଷ, ଅଭିନେତ୍ରୀ ତୃପ୍ତି ଏବଂ ଅନେକ କଳାକାର ଉପସ୍ଥିତ ଥିଲେ l ଏହା ୨ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ l

ଚଳଚ୍ଚିତ୍ରଟି ଏକ ସତ୍ୟ ଘଟଣାକୁ ନେଇ ନିର୍ମାଣ କରଯାଇଛି ଯାହାକି ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଥିଲେ । ଏହି ଚଳଚ୍ଚିତ୍ର ର ପ୍ରଯୋଜନା କରିଛନ୍ତି ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ, କାହାଣୀ ଲେଖିଛନ୍ତି ଦ୍ବୀପାୟନ ପଟ୍ଟନାୟକ, ସଂଳାପ ଦିଲ୍ଲୀପ ଚୌଧୁରୀ, ନିର୍ଦ୍ଦେଶନା ସୁଧାଂଶୁ ମୋହନ ସାହୁ, ସଙ୍ଗୀତ ବୈଦ୍ୟନାଥ ଦାଶ l ଚିତ୍ରତ୍ତୋଳନ ପ୍ରଶାନ୍ତନୁ ମହାପାତ୍ର, ସମ୍ପାଦନା l ଲାଇନ ପ୍ରଡୁସର ଅମର ମହାପାତ୍ର l କ୍ରିଏଟିଭ ହେଡ଼ ମିଡ଼ିଆ ପ୍ଲାନର ର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି l ତେବେ ଆସନ୍ତା ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସରେ ଓଡିଶାର ପୂର୍ଣ୍ଣ ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର ଅପରେସନ ୧୨/୧୭ କୁ ଦର୍ଶକ ଢେର ଭଲ ପାଇବା ଦେବେ ବୋଲି ଆଶା l

 

Leave A Reply

Your email address will not be published.