ରାଘବଙ୍କୁ ଝମ୍ପିଲା କାଉ, ବିଜେପି କଲା ଟାର୍ଗେଟ

0

ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କୁ କାଉ ଖୁମ୍ପିବାକୁ ନେଇ ଚର୍ଚ୍ଚା। ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କୁ କାଉ ଖୁମ୍ପି ଦେଇଛି। ଏହି ସମୟର କିଛି ଚିତ୍ର ଶୋସାଲ୍ ମିଡିଆରେ ଭାଇରାଲ୍ ହେଉଛି।

ଆପ୍ ନେତା ରାଘବ ଚଢ଼ା ସଂସଦ ବାହାରେ ଫୋନରେ କଥା ହେଉଥିବା ସମୟରେ ଏକ କାଉ ତାଙ୍କୁ ବାରମ୍ବାର ଆଘାତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବିଜେପି ଏହି ସମୟର କିଛି ଫଟୋ ପୋଷ୍ଟ କରି ଆପ୍ ନେତାଙ୍କୁ କଟାକ୍ଷ କରି ମିଛୁଆ ବୋଲି କହିଛି। ବିଜେପି କହିଛି ଯେ, “ଏପର୍ଯ୍ୟନ୍ତ ଆମେ ଶୁଣିଥିଲେ, ‘ଯିଏ ମିଛ କହିବ ତାକୁ କାଉ ଖୁମ୍ପିବ’, ଆଜି ଆମେ ମିଛୁଆକୁ କାଉ ଖୁମ୍ପୁଥିବାର ଦେଖିବାକୁ ପାଇଲେ।”

ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର୍ ପାଲ୍ ସିଂହ ବାଗା ଫଟୋ ପୋଷ୍ଟରେ ଥଟ୍ଟା କରି କହିଛନ୍ତି, “ମାନ୍ୟବର ସାଂସଦ ରାଘବ ଚଢ଼ାଜୀଙ୍କ ଉପରେ କାଉର ଆକ୍ରମଣ ଖବର ଶୁଣି ମୋର ହୃଦୟ ଅତ୍ୟନ୍ତ ବ୍ୟଥିତ ହୋଇଛି। ଆଶାକରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବ।”

ସେପଟେ ମଣିପୁର ହିଂସା ନେଇ ଚାଲି ପାରୁନି ମୌସୁମୀ ଅଧିବେଶନ। ନରେନ୍ଦ୍ର ମୋଦୀଙ୍କ ସରକାରକୁ ବିରୋଧ କରି ଅନାସ୍ଥା ପ୍ରସ୍ତାବ ପାଇଁ ସବୁ ବିରୋଧୀ ଏକାଠି ହୋଇଛନ୍ତି। ଏନେଇ ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ବିଜ୍ଞପ୍ତିକୁ ଗୁରୁତର ସହ ନେଇ ବାଚସ୍ପତି ଓମ୍ ବିଲା ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ମଣିପୁର ଭାଇରାଲ୍ ଭିଡିଓ ଏବଂ ନାରୀ ନିର୍ଯାତନା ନେଇ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି।

Leave A Reply

Your email address will not be published.