ରେଳ ଦୁର୍ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ଆନ୍ଧ୍ରର ବିଜୟନଗରମରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣା ବାହାନଗା ଟ୍ରାଜେଡିକୁ ପୁଣି ମନେ ପକାଇ ଦେଇଛି । ଏହାରି ଭିତରେ ରେଳ ଦୁର୍ଘଟଣାରେ ମୃତ ସମସ୍ତ ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ରାଶି ଦିଆଯିବ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତାହତଙ୍କୁ ସହାୟତା ରାଶି ଦିଆଯିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଟ୍ରେନ୍ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇ ଗଭୀର ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଥା ହେବା ସହ ସ୍ଥିତିର ସମୀକ୍ଷା କରିଛନ୍ତି ମୋଦୀ । ଦୁର୍ଘଟଣା ସଂପର୍କରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ନିୟନ୍ତ୍ରଣଧୀନ ରହିଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ଉଦ୍ଧାର କାର୍ଯ୍ୟ ସହ ଆହତଙ୍କ ଚିକିତ୍ସା ଜାରି ରହିଛି ।

 

Leave A Reply

Your email address will not be published.