ବିଜୟନଗରମ ଟ୍ରେନ୍ ଦୁର୍ଘଟଣା: ୩୩ଟି ଟ୍ରେନ୍ ବାତିଲ୍

0

ଭୁବନେଶ୍ୱର(ଆମ ଟିଭି): ବାହାନଗା ଟ୍ରେନ୍ ଟ୍ରାଜେଡିର ଭୟବହତା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ଏହାରି ଭିତରେ ଯାହା ଖବର ମିଳିଛି, ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ୩୩ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର- ବିଶାଖାପାଟଣା ଇଂଟରସିଟି ଏକ୍ସପ୍ରେସ୍ ବାତିଲ କରାଯାଇଛି । ବିଶାଖାପାଟଣାରୁ ଛାଡିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ୍ ମଧ୍ୟ ବାତିଲ ହୋଇଛି ।

ବିଶାଖାପାଟଣାରୁ ଯିବାକୁ ଥିବା ବିଶାଖାପାଟଣା-ପଲାସା ପାସେଞ୍ଜର ଓ ପଲାସାରୁ ଛାଡିବାକୁ ଥିବା ପଲାସା-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ସେହିପରି ବିଶାଖାପାଟଣାରୁ ବାହାରୁଥିବା ବିଶାଖାପାଟଣା-ତିରୁପତି ଓ ତିରୁପତିରୁ ଛାଡୁଥିବା ତିରୁପତି-ବିଶାଖାପାଟଣା ଏକ୍ସପ୍ରେସ୍ ମଧ୍ୟ ଆଜି ଚାଲିବ ନାହିଁ । ଏହା ସହ ବ୍ରହ୍ମପୁର-ବିଶାଖାପାଟଣା ଓ ବିଶାଖାପାଟଣା ବ୍ରହ୍ମପୁର ଟ୍ରେନ୍ ଆଜି ପାଇଁ ବାତିଲ କରାଯାଇଛି ।

Leave A Reply

Your email address will not be published.