୬ରୁ ପୁଣି ଆରମ୍ଭ ହୋଇପାରେ ବର୍ଷା

0

ଭୁବନେଶ୍ୱର (ଆମ ଟିଭି): ପ୍ରବଳ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ପରେ ଏବେ ପୁଣି ବର୍ଷା ଆସୁଛି । ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ଏବେ ନାହିଁ। ଅନ୍ୟପଟେ ମୌସୁମୀଜନିତ ନିମ୍ନଚାପ ରେଖା ଅମୃତସର, ଦିଲ୍ଲୀ, ହମିରପୁର ହୋଇ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ମଧ୍ୟପ୍ରଦେଶ, ରାଞ୍ଚି ଓ ଦୀଘା ମଧ୍ୟ ଦେଇ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି।

ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଲାଗି ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ମଧ୍ୟ ହୋଇଯାଇଛି। ଆସନ୍ତାକାଲି ରାଜ୍ୟରେ ପାଗ ଶୁଖିଲା ରହିବ। ୬ ତାରିଖରୁ ୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.