ଗିରଫ ହେଲେ ମେହେବୁବା ମୁଫତି

0

ନୂଆଦିଲ୍ଲୀ (ଆମ ଟିଭି): ଶ୍ରୀନଗରରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଗିରଫ ହେଲେ ମେହବୁବା ମୁଫତି । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍‌କୁ ଶନିବାର ପୋଲିସ ଗିରଫ କରିଛି। ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଠିକ ଆଜିର ଦିନରେ ୪ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ହଟାଇ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିଲା।

ଜାମ୍ମୁ କାଶ୍ମୀର ପୋଲିସର ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ, ଧାରା ୩୭୦ର ବର୍ଷ ପୂର୍ତ୍ତିରେ ପିଡିପି ନେତାମାନେ ସାରା ରାଜ୍ୟରେ ବିରୋଧ କରିବାକୁ ଯୋଜନା କରୁଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏଥିସହ ମୁଫତିଙ୍କୁ ଗୃହବନ୍ଦୀ ରଖାଯିବା ସମ୍ପର୍କରେ ସୂଚନା ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ଦେଇଛନ୍ତି।

Leave A Reply

Your email address will not be published.