ପଶ୍ଚିମା ଝଡ଼ ପ୍ରଭାବରେ ସପ୍ତା‌ହେ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

0

ପଶ୍ଚିମା ଝଡ଼ ପ୍ରଭାବରେ ସପ୍ତା‌େ‌ହ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମଙ୍ଗଳବାର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରା ୩୬ଡିଗ୍ରୀ ଟପିଛି। ବୌଦ୍ଧରେ ପାରଦ ୩୬.୮ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବଲାଙ୍ଗିର ଓ ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୧, ସୁବର୍ଣ୍ଣପୁର ୩୫.୧, ମାଲକାନଗିରି ୩୫.୬, ସମ୍ବଲପୁର ୩୫.୪, ଝାରସୁଗୁଡ଼ା ୩୫.୮, ଅନୁଗୋଳ ୩୫.୧, ଭୁବନେଶ୍ବର ୩୪.୧ ଏବଂ କଟକରେ ୩୨.୮ଡିଗ୍ରୀ ରହିଛି। ରାଜ୍ୟରେ ରାତି ତାପମାତ୍ରା ବଢୁଛି। ପ୍ରାୟ ଅଞ୍ଚଳରେ ୧୫ଡିଗ୍ରୀ ଉପରେ ରହିଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।

 

 

Leave A Reply

Your email address will not be published.