ଜସପ୍ରୀତ ବୁମରାଙ୍କୁ ଫୁଟବଲର କହି କ୍ଷମା ମାଗିଲେ ରାମଚରଣ

0

 

ସାଉଥ ସୁପରଷ୍ଟାର ରାମଚରଣ ନିଜ ଏକ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ନିଜ ଆଗାମୀ ଫିଲ୍ମ ‘ପେଦ୍ଦି’ର ପ୍ରମୋସନ ସମୟରେ ସେ ଭାରତୀୟ କ୍ରିକେଟର ଜସପ୍ରୀତ ବୁମରା ଙ୍କୁ ଭୁଲବଶତଃ ଫୁଟବଲ୍ ଖେଳାଳି ବୋଲି କହିଦେଇଥିଲେ ।

ଭୋପାଳରେ ଆୟୋଜିତ ଫିଲ୍ମର ‘ହେଲାଲ୍ଲାଲୋ’ ଗୀତ ଲଞ୍ଚ କାର୍ଯ୍ୟକ୍ରମରେ ଏକ ରାପିଡ ଫାୟାର ରାଉଣ୍ଡ ଚାଲିଥିଲା । ଏଥିରେ ରାମଚରଣଙ୍କୁ ବିଭିନ୍ନ ଭାରତୀୟ ଖେଳାଳିଙ୍କ ବିଷୟରେ ମତାମତ ପଚରାଯାଉଥିଲା । ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ବିଷୟରେ କହିବା ପରେ ଯେତେବେଳେ ଜସପ୍ରୀତ ବୁମରାଙ୍କ ନାମ ଆସିଥିଲା, ସେତେବେଳେ ରାମଚରଣ କହିଥିଲେ, “ମୁଁ ଫୁଟବଲକୁ ବହୁତ ଭଲ ପାଏ ଏବଂ ଆପଣ ଖେଳକୁ ନୂଆ ଉଚ୍ଚତାକୁ ନେଇଯାଉଛନ୍ତି ।”

ରାମଚରଣଙ୍କ ଏହି ଭୁଲ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ତାଙ୍କୁ ନେଇ ଅନେକ ମିମ୍ସ ଓ ଟ୍ରୋଲ ଦେଖିବାକୁ ମିଳିଥିଲା । ପରେ ସମାଲୋଚନା ବଢ଼ିବା ପରେ ରାମଚରଣ ନିଜ X ଆକାଉଣ୍ଟରେ ପୋଷ୍ଟ କରି ବୁମରାଙ୍କୁ କ୍ଷମା ମାଗିଥିଲେ । ସେ ଲେଖିଥିଲେ, “ମୁଁ କେବେ କେବେ ନାମ ସହ ଦ୍ୱନ୍ଦ୍ୱରେ ପଡ଼ିଯାଏ । ବୁମରାହ ଜୀ, ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି ।”

ତେବେ ରାମଚରଣଙ୍କ ଏହି କ୍ଷମା ପ୍ରାର୍ଥନା ଉପରେ ଏପର୍ଯ୍ୟନ୍ତ ବୁମରାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

Leave A Reply

Your email address will not be published.