ନୂଆଦିଲ୍ଲୀ(ଆମ ଟିଭି): ପୁଣି ରାମ ମନ୍ଦିରକୁ ନେଇ ଏବ ବଡ଼ ଖବର ଆସିଛି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ପୂରା ଅଯୋଧ୍ୟା । ଦେଶର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଛୁଟି ଆସୁଛନ୍ତି ଭକ୍ତ । ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ତେବେ ଏହାପୂର୍ବରୁ ସର୍ତକ ସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ରାମ ମନ୍ଦିରର ଉଦଘାଟନ କାର୍ୟ୍ୟକ୍ରମ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ ସତର୍କ କରିଛି ଯାଞ୍ଚ ଏଜେନ୍ସି । କାର୍ୟ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କୁ ଟାର୍ଗେଟ କରାଯାଇପାରେ । କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଜରିଆରେ ଏହି କାମ କରିବାକୁ ଆତଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଯୋଜନା କରୁଥିବା ନେଇ ସତର୍କ କରିଛି ଗୁଇନ୍ଦା ବିଭାଗ ।
ଏହି ଗୁଇନ୍ଦା ସୂଚନା ମିଳିବା ପରେ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସି ମିଳିତ ଭାବେ ବୈଠକ କରିବା ସହ ଯେପରି ସେଭଳି କୌଣସି ଅଘଟଣ ନ ଘରେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ଏହାସହ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।