ମୁକ୍ତିଲାଭ କଲା “ରଙ୍ଗଶୁର”, ସିନେପ୍ରେମୀ କହିଲେ ସୁପରହିଟ୍

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ୬୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁର l ମହାରାଜା ସିନେମା ହଲ୍ ରେ ହେଇଥିଲା ପ୍ରିମିୟର l ଓଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ସିନେପ୍ରେମୀ ରଙ୍ଗଶୁର ଦେଖି ଏଭଳି ଏକ ପରିକଳ୍ପନାକୁ ବହୁତ ପ୍ରଶଂସା କରିଥିଲେ l ସବୁରି ମୁହଁରେ ସୁପରହିଟ୍ ବୋଲି ଶୁଣିବାକୁ ମିଳିଥିଲା l

ପ୍ରଥମଥର ପାଇଁ ସୋନୀ ପିକ୍ଚର୍ସ ଓଡ଼ିଆ ଫିଲ୍ମ ରଙ୍ଗଶୁରକୁ ଅନ୍ତର୍ଜାତୀୟସ୍ତରରେ ବିତରଣ ଦାୟିତ୍ୱ ନେଇଥିବା ବେଳେ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରଟ ଏବଂ ଚେନ୍ନାଇରେ ମୁକ୍ତିଲାଭ କରିଛି l

ପ୍ରକାଶ ଫିଲ୍ମ୍ସ ଏବଂ ମୁନ୍ ଟିଭି ମୁଭିଜ୍ ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ଫିଲ୍ମ ରଙ୍ଗଶୁର l ରଙ୍ଗଶୁରର ପ୍ରଚାର ଓ ପ୍ରସାର ଏକ ନିଆରା ଢଙ୍ଗରେ ପାରମ୍ପରିକ ବାଘ ନାଚ ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଚାର ଓ ପ୍ରସାର ହୋଇଥିଲା l ଏକାମ୍ର ଉତ୍ସବ, ମାଉସୀ ମା’ ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବାଘ ନାଚ ଶିଳ୍ପୀଙ୍କୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଓ ଅଭିନେତ୍ରୀମାନେ ଜୋରଦାର ପ୍ରଚାର କରିଥିଲେ l ଦର୍ଶକମାନେ ମଧ୍ୟ ବହୁ ମାତ୍ରାରେ ଆକୃଷ୍ଟ ହୋଇ ସିନେମା ହଲ୍ ରେ ଫିଲ୍ମ ଦେଖିବା ପାଇଁ ଭିଡ଼ ଜମାଇଥିଲେ l ବାଘ ନାଚ ଆମ ରାଜ୍ୟ ମାଟିର ନୃତ୍ୟ l ବିଲୁପ୍ତ ହେବାକୁ ଯାଉଥିବା ଏହି ବାଘ ନାଚ ଆମ ମାଟିର ବୀରତ୍ୱର ନାଚ l ଦିନେ ରାଜାମାନଙ୍କୁ ଏହି ବାଘ ନାଚ ସାହସ ଯୋଗାଉଥିଲା l ସନ୍ୟସାମନ୍ତଙ୍କୁ ନେଇ ଯୁଦ୍ଧକ୍ଷେତ୍ରକୁ ଯିବା ବେଳେ ଏହି ବାଘ ନାଚ ଉତ୍ସାହିତ କରୁଥିଲା l ଏଇ ଭଳି ପରିକଳ୍ପନାକୁ ନେଇ ପୂର୍ବରୁ ଆମ ଓଡ଼ିଆ ସିନେ ଜଗତରେ କୌଣସି ସିନେମା ନିର୍ମାଣ ହୋଇନାହିଁ ତେଣୁ ଏହାର ପ୍ରଚାର ଓ ପ୍ରସାର ଦେଖି ସିନେପ୍ରେମୀ ଉତ୍ସାହିତ ହୋଇ ଦେଖିବାକୁ ଆସୁଛନ୍ତି l

ଏହି ବାଘ ନୃତ୍ୟ କେବଳ ବୀରତ୍ୱର ନାଚ ତାହା ନୁହେଁ ବରଂ ନାରୀ ସଶକ୍ତିକରଣଠୁ ନେଇ ଜଙ୍ଗଲ ବଞ୍ଚାଅ ଅଭିଯାନର ବାର୍ତ୍ତା ବହନ କରୁଛି l

ରଙ୍ଗଶୁର ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ l ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଛନ୍ତି l ସୁନୀଲ ଯାଦବ ଏବଂ ପ୍ରତାପ ରାଉତ ସହ-ପ୍ରଯୋଜନା କରିଛନ୍ତି l

ଅଭିନତା ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଦୀପନ୍ୱିତ ଦାସ ମହାପାତ୍ର, ଶୁଭାଶିଷ ଶର୍ମା, ଜ୍ୟୋତି ନାୟକ, ସୂର୍ଯ୍ୟମୟୀ ମହାପାତ୍ର ଏବଂ ଶୁଭଶ୍ରୀ ଜେନା ପ୍ରମୁଖ ବହୁ ଅଭିଜ୍ଞ କଳାକାର ରଙ୍ଗଶୁର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ଅଛନ୍ତି ପ୍ରଣୟ ଜେଠୀ, ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଏବଂ ବାନି l ପ୍ରଚାର ଓ ପ୍ରସାରରେ ଅଛନ୍ତି ଓଲିଉଡ଼ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଏବଂ ସମ୍ବିତ ଜେନା l

Leave A Reply

Your email address will not be published.