ବ୍ରିଟେନ୍ ବ୍ୟାଙ୍କରେ ଥିବା ୧୦୦ ଟନରୁ ଅଧିକ ସୁନା ଭାରତ ଫେରାଇ ଆଣିଛି RBI

0

ନୂଆଦିଲ୍ଲୀ (ଆମ ଟିଭି): ବ୍ରିଟେନ୍ ବ୍ୟାଙ୍କରେ ଥିବା ୧୦୦ ଟନ୍ରୁ ଅଧିକ ସୁନା ଭାରତ ଫେରାଇ ଆଣିଛି ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଭାରତର ସୁନା ଭଣ୍ଡାରରେ ଏହି ସୁନାକୁ ସାଇତିକି ରଖା ଯାଇଛି । ଆଗାମୀ ମାସରେ ଏତିକି ପରିମାଣର ଆହୁରି ସୁନା ଫେରାଇ ଆଣିବାକୁ ଯୋଜନା କରିଛି ଆରବିଆଇ । ଦେଶରେ ଆର୍ଥିକ ସ୍ଥିତି ସ୍ଥିର ରଖିବା ପାଇଁ ବିଦେଶରେ ଥିବା ସୁନା ଆରବିଆଇ ଫେରାଇ ଆଣୁଥିବା ଜଣାପଡିଛି ।

ବିଦେଶରେ ଥିବା ସୁନା ଫେରାଇ ଆଣୁଛି ଆରବିଆଇ । ୧୦୦ଟନରୁ ଅଧିକ ସୁନା ବ୍ରିଟେନରୁ ଭାରତ ଫେରାଇ ଆଣିଛି, ଭାରତୀୟ ରିଜର୍ବ ବ୍ୟାଙ୍କ । ଲଣ୍ଡନ ବ୍ୟାଙ୍କର ଟ୍ରେଜେରୀରେ ସାଇତା ହୋଇ ରଖାଯାଇଥିଲା ଏହି ସବୁ ସୁନା । ଯାହାକୁ ଭାରତ ଅଣାଯାଇ, ନିଜ ସୁନା ଭଣ୍ଡାରରେ ଗଚ୍ଛିତ ରଖାଯାଇଥିବା ସୂଚନା ମିଳିଛି । ୧୯୯୧ ମସିହା ପରଠାରୁ ପ୍ରଥମ ଥର ଏତେ ମାତ୍ରାରେ ସୁନା ସ୍ୱଦେଶ ଫେରାଇ ଅଣାଯାଇଛି ।

Leave A Reply

Your email address will not be published.