ନିର୍ବାଚନରେ ମିଳିଥିଲା ମାତ୍ର ୨୫୧ ଭୋଟ୍‌, ଏବେ ହେଲେ OAS ଅଫିସର*

0

ରାଜନୀତିରେ ସଫଳତା ମିଳିନଥିଲା, କିନ୍ତୁ ଅଧ୍ୟବସାୟ ଓ ପରିଶ୍ରମ ତାଙ୍କୁ ଦେଇଛି ନୂଆ ପରିଚୟ । ୨୦୨୪ ବିଧାନସଭା ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ସୋର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଶିବାନୀ ଶଙ୍କର ରାୟ ସେତେବେଳେ ମାତ୍ର ୨୫୧ ଭୋଟ୍ ପାଇଥିଲେ । ନିଜେ ପ୍ରଚାର କରି ଲୋକଙ୍କ ମଧ୍ୟରେ ପହଞ୍ଚିଥିଲେ ମଧ୍ୟ ନିର୍ବାଚନ ଜିତିପାରିନଥିଲେ ।

ତେବେ ପରାଜୟ ପରେ ହାର ନମାନି ନିଜ ଲକ୍ଷ୍ୟ ପାଇଁ ପ୍ରୟାସ ଜାରି ରଖିଥିଲେ ଶିବାନୀ । ଏଥର ଓଡ଼ିଶା ସିଭିଲ ସର୍ଭିସ (OCS) ପରୀକ୍ଷାରେ ସେ ୧୩୮ତମ ସ୍ଥାନ ହାସଲ କରି OAS ଅଫିସର ଭାବେ ଚୟନିତ ହୋଇଛନ୍ତି ।

ବର୍ତ୍ତମାନ ଦିଲ୍ଲୀରେ ରହୁଥିବା ଶିବାନୀଙ୍କ ଏହି ସଫଳତା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି । ରାଜନୀତିରେ ପରାଜୟ ପରେ ମଧ୍ୟ ସେ ନିଜ ଆତ୍ମବିଶ୍ୱାସ ହରାଇନଥିଲେ । ନିରନ୍ତର ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ସେ ଏବେ ପ୍ରଶାସନିକ ସେବାରେ ସ୍ଥାନ ପାଇଛନ୍ତି । ତାଙ୍କ ଏହି ଯାତ୍ରା ଅନେକ ଯୁବପିଢ଼ୀ ପାଇଁ ପ୍ରେରଣା ପାଲଟିଛି ।

Leave A Reply

Your email address will not be published.