ଚିରିଙ୍ଗ ଚିରିଙ୍ଗ ଗୀତରେ ରିଲସ ପ୍ରତିଯୋଗିତା 

ଭାଗ୍ୟଶାଳୀ ପ୍ରତିଯୋଗୀଙ୍କୁ ଚୟନ କଲା ପ୍ରଯୋଜନା ସଂସ୍ଥା 

0

ଭୁବନେଶ୍ୱର (ଆମ ଟିଭି): ଦଶହରା ଅବସରରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଚଳଚିତ୍ର କର୍ମର ପ୍ରମୋସନରେ ଜୋରସୋରରେ ଲାଗିପଡ଼ିଛି ପ୍ରଯୋଜନା ସଂସ୍ଥା | ଇତିମଧ୍ୟରେ ଫିଲ୍ମରେ ଥିବା ଗୀତ ଚିରିଙ୍ଗ ଚିରିଙ୍ଗ ଶ୍ରୋତାଙ୍କୁ ବେଶ ପସନ୍ଦ ଆସିଛି | ୟୁଟ୍ୟୁବରେ ଏହାକୁ ଦେଢ଼ କୋଟି ଉପରେ ଲୋକ ଦେଖିସାରିଲେଣି | କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ଥିବା ଅନୁଭବଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିଛି | ଗୀତର ଲୋକପ୍ରିୟତା ଦେଖି ପ୍ରଯୋଜନା ସଂସ୍ଥା ତରଫରୁ ଏକ ରିଲସ ପ୍ରତିଯୋଗିତା ଆରମ୍ଭ ହୋଇଥିଲା | ଏଥିରେ ଭାଗ୍ୟଶାଳୀ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ନୂଆପଲି ନୁଆସାହି ସ୍ଥିତ ଗଣେଶ ପୂଜା ସାଂସ୍କୃତିକ ମଣ୍ଡପରେ ପୁରସ୍କୃତ କରାଯାଇଛି |

ଏଥିସହ ଭାଗ୍ୟଶାଳୀ ପ୍ରତିଯୋଗୀଙ୍କୁ ଫିଲ୍ମ ଦେଖିବାକୁ ମଧ୍ୟ ପ୍ରଯୋଜନା ସଂସ୍ଥା ତରଫରୁ ନିମନ୍ତ୍ରଣ କରାଯାଇଛି | ଆଗକୁ ଜଟଣୀ, ତାଳଚେର ଓ ବ୍ରହ୍ମପୁରରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ | କାର୍ଯ୍ୟକ୍ରମରେ ଫିଲ୍ମ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି, ଅଭିନେତ୍ରୀ ସୂର୍ଯ୍ୟମୟୀ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ମିଡ଼ିଆ ପ୍ଲାନର ପ୍ରଣୟ ଜେଠିଙ୍କ ସମେତ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.