ବିନା ବିଦ୍ୟୁତ୍ କାଟରେ ହେବ ମରାମତି – ମୁଖ୍ୟମନ୍ତ୍ରୀ
ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା। ଏଣୁ ଖଣିଜ ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ଆମେ ପ୍ରତିବଦ୍ଧ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ ଏପରି କହିଛନ୍ତି। କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍ରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ଉଚ୍ଚବାଲି, କେନ୍ଦୁଝର ପାଇଁ ସବ ଷ୍ଟେସନ ସମେତ ୫ଟି ନୂଆ ଟ୍ରାନ୍ସମିଶନ ଲାଇନ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଉପକୃତ ହେବେ। ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଏଣୁ ଖଣିଜ ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ଆମେ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।