ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ
ନୂଆଦିଲ୍ଲୀ:ସାରା ଦେଶର ବଡ ବଡ ନେତାଙ୍କୁ ନେଇ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଜି ୨୦ ଶିଖର ସମ୍ମିଳନୀରେ ଗୋଟାଏ ପରେ ଗୋଟାଏ ଦେଶର ମୁଖ୍ୟ ଆସି ଭାରତରେ ପହଞ୍ଚିବା ଆରମ୍ଭ କରିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି୨୦ ସମ୍ମିଳନୀରେ ଯୋଗଦେବାକୁ ବିଶ୍ୱର ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ ସ୍ବାଗତ କରିଛନ୍ତି।
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ଅପରାହ୍ନ ୨.୧୫ରେ ପାଲମ ବାୟୁସେନା ଘାଟିରେ ଅବତରଣ କରିବେ। ତାଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ ସ୍ବାଗତ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ସନ୍ଧ୍ୟା ୬.୫୫ରେ ପହଞ୍ଚିବେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ ବିଜୟ କୁମାର ସିଂ ସ୍ବାଗତ କରିବେ।