ବଦଳିଲା ଭାରତ ଯୋଡୋ ନ୍ୟାୟ ଯାତ୍ରାର ରୁଟ୍

0

ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଏକ ମାସ ପୂରଣ ହେବାକୁ ଯାଉଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଯାଉଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଭାଗ ନେବାକୁ ଯାଉଛନ୍ତି।

ଏହି ସମୟରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ମାର୍ଗ ପୁଣି ପରିବର୍ତ୍ତନ କରାଯାଇଛି। ପାର୍ଟି ସୂତ୍ର ଅନୁଯାୟୀ, ରାହୁଲ ଗାନ୍ଧୀ ପଶ୍ଚିମ ଉତ୍ତରପ୍ରଦେଶର ମୁରାଦାବାଦ, ସଂଭଲ ହୋଇ ବୁଲନ୍ଦଶହର ଆଲିଗଡ ଦେଇ ଯିବେ। ଯଦିଓ ଏହା ଏ ପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

Leave A Reply

Your email address will not be published.