ଭୂକମ୍ପରେ ଥରିଲା ଋଷ

0

ନୂଆଦିଲ୍ଲୀ (ଆମ ଟିଭି): ଭୂକମ୍ପରେ ଥରିଲା ଋଷ । ଆଜି ରୁଷ୍ର ସୁଦୂର ପୂର୍ବ ଉପକୂଳ ସମୁଦ୍ର ମଧ୍ୟରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ରୁଷିଆନ୍ ଏକାଡେମି ଅଫ୍ ସାଇନ୍ସେସ୍’ର ଜିଓଫିଜିକାଲ୍ ସର୍ଭିସେସ୍’ ମଧ୍ୟ କହିଛି ଯେ, ରୁଷ୍ର ସୁଦୂର ପୂର୍ବରେ ଥିବା ଅଭାଚା ଉପସାଗରର ଜଳରାଶିରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।

ରୁଷୀୟ ନଗରୀ ପେଟ୍ରୋପାଭ୍ଲୋଭସ୍କ୍-କାମ୍ଚାତ୍ସ୍କିଠାରୁ ୪୮ କିଲୋମିଟର୍ ଦୂରରେ ଆଜି ସକାଳେ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ‘ସ୍ପୁଟ୍ନିକ୍’ ରିପୋର୍ଟ କରିଥିଲା। କିନ୍ତୁ, ରିକ୍ଟର୍ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ୬.୯ ବୋଲି ପରେ ଉକ୍ତ ରିପୋର୍ଟକୁ ସଂଶୋଧନ କରିଛି।ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଆଭାଚା ଉପସାଗର ମଧ୍ୟସ୍ଥ ଭୂଗର୍ଭର ୯୯.୫ କିଲୋମିଟର୍ ଅଭ୍ୟନ୍ତରରେ।

 

Leave A Reply

Your email address will not be published.