ସବ୍ୟର୍ଚ୍ଚିତାଙ୍କ ପ୍ରଦର୍ଶନ ବାରବାଟୀରେ ଦର୍ଶକଙ୍କ ମନୋମୁଗ୍ଧ କଲା
ଭୁବନେଶ୍ବର ( ୧୧/୦୧): ଲଗାତାର ଦ୍ଵିତୀୟ ଥର ପାଇଁ ପୁରୁଷ ବିଶ୍ୱକପ ହକିର ଆୟୋଜକ ହୋଇ ଆମ ରାଜ୍ୟ ଓଡ଼ିଶା ରେକର୍ଡ଼ ସୃଷ୍ଟି କରିଛି।ଖେଳାଳିମାନଙ୍କ ସ୍ଵାଗତ ସହ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଯାଇଅଛି ଉଦଘାଟନୀ ଉତ୍ସବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଆଜି ସାରା ବିଶ୍ୱ ଦେଖିଲା।
ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶିତ ହକି ଆଁଥେମ୍ ସମସ୍ତଙ୍କ ମନ ଜିତିଛି। ଆଜି ଓଡ଼ିଶାର ଚର୍ଚ୍ଚିତ ଚେହେରା ସବ୍ୟସାଚୀ ଓ ଅର୍ଚ୍ଚିତା ଉଦଘାଟନୀ ଉତ୍ସବର ଆରମ୍ଭରୁ ସମସ୍ତଙ୍କ ମନ ଜିତିଥିଲେ । ଫିଲ୍ ମାଇଁ ଲଭ୍ ସଙ୍ଗୀତରୁ ପ୍ରଦର୍ଶନ ଆରମ୍ଭ କରିଥିଲେ ଓ ପରେ ତାଙ୍କର ସୁପର ହିଟ୍ ଗୀତ ମାୟା ରେ ବାୟା ଓ ରଜାହଂସି ପରି ସଙ୍ଗୀତ ରେ ଲୋକଙ୍କ ମନ ଜିଣିଥିଲେ । ଓଡ଼ିଆ ଛଡ଼ା ସମ୍ବଲପୁରୀ ସଙ୍ଗୀତରେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରି ଓଲିଉଡ଼ର ଏହି ଚର୍ଚ୍ଚିତ ଚେହେରା ସମସ୍ତ ଦର୍ଶକଙ୍କୁ ସଙ୍ଗୀତର ତାଳେ ତାଳେ ନଚାଇଥିଲେ। ତାଙ୍କୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍ ମାନଙ୍କର ଉତ୍କଣ୍ଠା ଭରି ରହିଥିଲା ।

ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବଲିଉଡ୍ର ଏକାଧିକ ସେଲିବ୍ରେଟି ଓ ପ୍ରାୟ ୩ ହଜାର ଭିଆଇପି ଯୋଗଦେଇଥିଲେ। ବଲିଉଡ୍ରର ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ପ୍ରିତମ୍ ଓ ତାଙ୍କ ଟିମ୍ ସହ ରଣବୀର ସିଂ ଓ ଦିଶା ପଟାନୀ ଏହି ଉତ୍ସବରେ ଧମାଲ କରିଥିଲେ । ଲେଜର୍ ଶୋ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଭିନ୍ନ କିସମର ରଙ୍ଗୀନ ବାଣ ଦର୍ଶକଙ୍କ ମନ ଜିଣିଥିଲା । କାର୍ଯ୍ୟକ୍ରମରେ ଦେଇଥିଲେ ଏକାଧିକ ସେଲିବ୍ରେଟି ଓ ଶତାଧିକ ମାନ୍ୟଗଣ୍ୟ ଅତିଥି।