ରାଜ୍ୟରେ କମିବ ଶୀତ

0

ଭୁବନେଶ୍ୱର (ଆମ ଟିଭି): ରାତି ତାପମାତ୍ରା ବଢ଼ିବା ସହ ରାଜ୍ୟରେ ଶୀତ ସାମାନ୍ୟ କମିଛି। ଆଗକୁ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାକୁ ଥିବାବେଳେ ଶୀତ ଆହୁରି କମିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିକେନ୍ଦ୍ରର ସୂଚନା ଅନୁସାରେ, ମଧ୍ୟ ଭାରତରେ ଏକ ଗୁରୁଚାପ ବଳୟ ରହିଥିଲା। ଏହା ଏବେ ଓଡ଼ିଶା ଆଡ଼କୁ ମୁହାଁଉଥିବାରୁ ତାହାରି ପ୍ରଭାବରେ ସାମୁଦ୍ରିକ ବାୟୁ ଓଡ଼ିଶା ଭିତରକୁ ପ୍ରବେଶ କରୁଛି। ଯାହା ପ୍ରଭାବରେ ରାତିର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଏହାସହ ରାଜ୍ୟରେ କିଛି ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆସନ୍ତା ୪ ଦିନ ଯାଏଁ ଶୁଖିଲା ପାଗ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.