ବଢ଼ିଲା ସମୀର ୱାନଖେଡେଙ୍କ ଅଡ଼ୁଆ

0

ଏକଦା ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ଟେନଶନ ବଢାଇଥିବା ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ବର୍ତ୍ତମାନ ଫସି ଯାଇଛନ୍ତି। ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଛି। ଏନଏମଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହି ମାମଲାକୁ ପିଏମଏଲଏ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ କରିଛି। ଇଡି ମଧ୍ୟ କିଛି ଲୋକଙ୍କୁ ଡକାଇଛି।

ସିମର ୱାନଖେଡେଙ୍କ ବିରୋଧରେ ସିବିଆଇ ମଧ୍ୟ ଏକ ମାମଲା ରୁଜୁ କରିସାରିଛି। ସମୀର ଓ୍ବାନଖେଡେ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ସମାନ ଏଫଆଇଆର ଆଧାରରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପିଏମଏଲଏ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଇଡି ମଧ୍ୟ ଏହି ପ୍ରସଙ୍ଗରେ କିଛି ଲୋକଙ୍କୁ ପଚରାଉଚରା କରିଛି। କେବଳ ଏତିକି ନୁହେଁ, ଆସନ୍ତା ସପ୍ତାହରେ ପଚରାଉଚୁରାରେ ଯୋଗଦେବା ପାଇଁ ଇଡି ଏନସିବି ସହ ଜଡିତ କିଛି ଲୋକଙ୍କୁ ମୁମ୍ବାଇ କାର୍ଯ୍ୟାଳୟକୁ ଡାକିଛି।

Leave A Reply

Your email address will not be published.