ସୈତାନ ସ୍ବାମୀର ଭୟଙ୍କର କାଣ୍ଡ : ସ୍ତ୍ରୀକୁ କାଟିଲା, ପ୍ରେସରରେ ସିଝାଇଲା

0

ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ଝଗଡ଼ାର ଯେ ସ୍ଥିତି କଣ ହୋଇପାରେ ତାହା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ପାରିବାରିକ କଳହରୁ ସ୍ବାମୀ-ସ୍ତ୍ରୀ ଝଗଡ଼ା ହେବା ଏକ ସ୍ବାଭାବିକ କଥା । ପ୍ରତିଘରେ ଏମିତି କିଛି ହୁଏ । ହେଲେ ସେହି ଝଗଡ଼ା ଯେ ଏତେ ଭୟଙ୍କର ହେବ, ସ୍ତ୍ରୀର ଜୀବନ ନେଇଯିବ ସ୍ବାମୀ ସେକଥା କେହି କେବେ ବିଶ୍ବାସ କରିପାରୁନଥିବେ…ହେଲେ ଘଟଣାଟି ପୁରା ସତ । କଥା ହେଲା, ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀର ମନଶାନ୍ତ ହୋଇନଥିଲା ଯେ ସ୍ତ୍ରୀ ଶବକୁ ଖଣ୍ଡଖଣ୍ଡ କରି ପ୍ରେସର କୁକୁରରେ ସୁଝାଇଲା ଆଉ ପୁରା ଘଟଣାକୁ ବର୍ଣ୍ଣନା କରିବା ସହିତ ଦୋଷ ବି ସ୍ବୀକାର କଲା ।

ବିଭତ୍ସ, ସାଙ୍ଘାତିକ ହତ୍ୟାକାଣ୍ଡ
ଜୀବନ ନେଲା, ପ୍ରେସରରେ ଶବ ସିଝାଇଲା

ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡଖଣ୍ଡ କରି କାଟିଲା ସ୍ବାମୀ । ପ୍ରମାଣ ଲୁଚାଇବାକୁ ସୈତାନ ସ୍ବାମୀ ଶରୀରର କଟା ଖଣ୍ଡକୁ ପ୍ରେସର କୁକରରେ ସିଝାଇଲା । ଏଭଳି ଲୋମହର୍ଷଣକାରୀ ଘଟଣା ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୪୫ ବର୍ଷୀୟ ଗୁରୁ ମୂର୍ତ୍ତି ନାମକ ଜଣେ ବ୍ୟକ୍ତି ନିଜ ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।  ହତ୍ୟା ପରେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସାମ୍ନାରେ ସବୁ ସତ କହିଦେଇଛନ୍ତି ସୈତାନ ସ୍ବାମୀ ।

ଜାନୁଆରୀ ୧୬ ତାରିଖ, ୨୦୨୫ । ସେଦିନ ଥିଲା ଗୁରୁବାର । ହଠାତ୍‌ ମାଧବୀ ଘରୁ ନିଖୋଜ ହୋଇଯାଇଥିଲେ । କିନ୍ତୁ କୁଆଡ଼େ ଗଲେ ଘରୁ ମାଧବୀ ସେନେଇ ପରିବାର ଲୋକ ଟେର ପାଇନଥିଲେ । ମାଧବୀଙ୍କ ନିଖୋଜ ହେବା ଖବର ଜାଣିବା ପରେ ଏନେଇ ପୋଲିସ ଥାନାରେ ଏତଲା ବି ଦେଇଥିଲେ । କିନ୍ତୁ ମାଧବୀଙ୍କ ଖୋଜଖବର ମିଳିନଥିଲା । ଘରୁ ନିଖୋଜ ହୋଇଥିବାରୁ ମାଧବୀଙ୍କ ସ୍ବାମୀଙ୍କ ଉପରେ ପୋଲିସର ସନ୍ଦେହ ବଢିଥିଲା । ଜେରା କରିବା ପରେ ପୋଲିସ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ପାଇଲା ତାହା ପୁରା ଦେଶକୁ ଦୋହଲାଇଦେଇଛି ।

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସାଙ୍ଘାତିକ କାରନାମା
ଯାହାର ହାତ ଧରିଥିଲେ, ତା’କୁ ମାରିଦେଲେ 

ହାଇଦ୍ରାବାଦର ଘଟଣାକୁ ନେଇ ପୁରା ଦେଶରେ ଏବେ ଚର୍ଚ୍ଚା ଜୋର । କାରଣ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଯେଉଁପରି ଭାବରେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ତାହା ଏବେ ସ୍ବାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ ଦାଗ ଲଗାଇଦେଇଛି । ସୂଚନା ଅନୁସାରେ, ଗୁରୁ ମୂର୍ତ୍ତି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ଭାରତୀୟ ସେନାରୁ ଅବସର ନେବା ପରେ ସେ ଡିଆରଡିଓ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଦୁହିଁଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଘରୋଇ କଳିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.