ନୂଆଦିଲ୍ଲୀ (ଆମ ଟିଭି): ମରସ୍କୋରେ ଭୟଙ୍କର ଭୂକମ୍ପ । ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମରକ୍କୋ । ରିକ୍ଟର ସ୍କେଲରେ ୬.୮ ତୀବ୍ରତାର ଭୂକମ୍ପ ହୋଇଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୩୦୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଆଗକୁ ଆହୁରି ବଢିପାରେ ମୃତାହତଙ୍କ ସଂଖ୍ୟା । ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ।
ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ଯୋଗୁଁ ବହୁ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ରାସ୍ତାରେ ବୁଲୁଛନ୍ତି । ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।