ପୁଣି ଇମ୍ରାନଙ୍କୁ ଝଟକା

0

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସମସ୍ୟା ହ୍ରାସ ହେବାର ନାଁ ଧରୁନାହିଁ। ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ଶୁକ୍ରବାର ଗୋପନୀୟ ଦସ୍ତାବିଜ ଲିକ୍‌ ମାମଲାରେ (ସାଇଫର୍‌ ମାମଲା) ଜେଲରେ ଥିବା ଇମ୍ରାନ୍‌ ଖାନଙ୍କ ଜାମିନ ଏବଂ ଏପ୍‌ଆଇଆର ରଦ୍ଦ ଆବେଦନକୁ ଖାରଜ କରିଦେଇଛନ୍ତି।

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ୍‌ ଖାନ ଇସଲାମାବାଦ ହାଇକୋର୍ଟଙ୍କ ନିକଟରେ ଜାମିନ ସହିତ ଅଗଷ୍ଟରେ ଫେଡେରାଲ ଇନଭେଷ୍ଟିଗେନ ଏଜେନ୍ସି (ଏଫଆଇଏ) ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ବିରୋଧରେ ଜାମିନ ଆବେଦନ କରିଥିଲେ। ଶୁଣାଣି ଶେଷ ହେବା ପରେ ହାଇକୋର୍ଟର ପ୍ରଧାନ ବିଚାରପତି ଆମିର ଫାରୁକ ଅକ୍ଟୋବର ୧୬ରେ ଏହି ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ। ଯାହାର ଘୋଷଣା କୋର୍ଟ ଶୁକ୍ରବାର କରିଛନ୍ତି।

Leave A Reply

Your email address will not be published.