୫୮ ବର୍ଷ ପୁରଣା ଆଇନ ଲାଗୁ କଲେ ଆସାମ ସରକାର, ଦ୍ୱିତୀୟ ବିବାହ କଲେ ନେବେ ସରକାରଙ୍କ ଅନୁମତି
ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା ସରକାର ତୁରନ୍ତ ସରକାରୀ କର୍ମଚାରୀଙ୍କ ବିବାହ ସମ୍ବନ୍ଧରେ ୫୮ ବର୍ଷ ପୁରୁଣା ଆଇନ କାର୍ଯ୍ୟକାରୀ କରିଛନ୍ତି । ଏହା ବ୍ୟତୀତ ଯେଉଁମାନେ ଏହାକୁ ଅନୁସରଣ କରୁନାହାଁନ୍ତି ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଏହି ନିୟମ ଅନୁଯାୟୀ, କୌଣସି ସରକାରୀ କର୍ମଚାରୀ ତାଙ୍କ ଜୀବନସାଥୀ ଜୀବିତ ଥିବାବେଳେ ପୁନର୍ବାର ବିବାହ କରିପାରିବେ ନାହିଁ । ଦ୍ୱିତୀୟ ଥର ବିବାହ କରିବା ପାଇଁ ଏଭଳି ପୁରୁଷ କିମ୍ବା ମହିଳାଙ୍କୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ।
ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ ଯଦି କ କ୍ଟ୍ରରକ୍ସଗ୍ଦକ୍ଟଦ୍ଭ ଣସି ବ୍ୟକ୍ତି ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ । ଏହି ଆଦେଶରେ କୁହାଯାଇଛି ଯେ “କ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ଣସି ସରକାରୀ ସେବକଙ୍କର ପତ୍ନୀ ରହୁଛନ୍ତି, ସେ ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ଥର ବିବାହ କରିବେ ନାହିଁ, ଯଦିଓ ତାଙ୍କୁ ବ୍ୟକ୍ତିଗତ ନିୟମ ଅନୁଯାୟୀ ଦ୍ୱିତୀୟ ଥର ବିବାହ କରିବାକୁ ଅନୁମତି ଦିଆଯାଇଛି ।”