ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥଙ୍କ ଡ୍ରାଇଭର ଦେହରେ ବାଜିଛି ୩ ଗୁଳି, ଅବସ୍ଥା ଗୁରୁତର

0

କୋଲକତା: ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ରକ୍ତମୁଖା ପାଲଟିଛନ୍ତି ଟିଏମସିର ଗୁଣ୍ଡା । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଗୁଳିକରି ହତ୍ୟା କରାଯାଇଛି । ଗୁଳିମାଡ଼ରେ ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଚନ୍ଦ୍ରନାଥଙ୍କ କାର୍ ଅଟକାଇ ଆକ୍ରମଣକାରୀ ୪ ରାଉଣ୍ଡ ଗୁଳି ଚଳାଇଥିଲେ ।

ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଚନ୍ଦ୍ରନାଥଙ୍କୁ ଅତି କମରେ ୩ଟି ଗୁଳି ବାଜିଥିଲା । ପୋଲିସ କହିବା ମୁତାବକ, ଚନ୍ଦ୍ରନାଥଙ୍କ କାରକୁ ଦୁଇଟି ଗାଡ଼ି ଫଲୋ କରୁଥିଲା । ଏଥିରେ ଗୋଟିଏ କାର ଓ ବାଇକ୍ ସାମିଲ ଥିଲା । କାରଟି ଚନ୍ଦ୍ରନାଥଙ୍କ କାରକୁ ଓଭରଟେକ୍ କରିବା ପରେ ବାଇକ୍ ଆରୋହୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ରଥଙ୍କ ଛାତି, ପେଟ ଏବଂ ମୁଣ୍ଡରେ ୩ଟି ଗୁଳି ବାଜିଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ହିଂସା ସମଗ୍ର ଅଂଚଳରେ ରାଜନୈତିକ ଉତ୍ତେଜନା ବଢ଼ାଇ ଦେଇଛି । ଚନ୍ଦ୍ରନାଥ ୧୦ ବର୍ଷରୁ ଅଧିକ ସମୟ ଧରି ଶୁଭେନ୍ଦୁଙ୍କ ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲେ ।

ଏହି ଘଟଣା ପରେ ସ୍ଥାନୀୟ ଅଂଚଳକୁ ଘେରାବନ୍ଦୀ କରି ବ୍ୟାପକ ତଦନ୍ତ ଜାରି ରହିଛି । ରାଜ୍ୟରେ ଏବେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଉପସ୍ଥିତି ସତ୍ତ୍ୱେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣା ସାମ୍ନାକୁ ଆସିଛି । ରାଜ୍ୟରେ ଟିଏମ୍ସି କର୍ମୀମାନେ ଅଶାନ୍ତି ସୃଷ୍ଟି କରିବାକୁ ବ୍ୟାପକ ଉଦ୍ୟମ କରୁଛନ୍ତି ବୋଲି ବିଜେପି ନେତାମାନେ କହିଛନ୍ତି । ଅନ୍ୟପକ୍ଷରେ ଟିଏମସି କହିଛି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ ଟିଏମସିକୁ ବଦନାମ କରିବାକୁ ବିଜେପି ଷଡ୍ଯନ୍ତ୍ର କରୁଛି । ଗୁଳିକାଣ୍ଡର ସିବିଆଇ ତଦନ୍ତ ପାଇଁ ଟିଏମସି ଦାବି କରିଛି । ଏହି ମାମଲାରେ ପୋଲିସ ଯାଞ୍ଚ କରି ସିସିଟିଭି ଫୁଟେଜ ଖୋଜୁଛି । ଆକ୍ରମଣକାରୀକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି ।

Leave A Reply

Your email address will not be published.